ବାଚସ୍ପତି ପାଇଁ ସୁରମାଙ୍କ ନାଁ ଘୋଷଣା କଲା ବିଜେପି, ଆସନ୍ତାକାଲି ନିର୍ବାଚନ

Published By : Prameya-News7 Bureau | June 19, 2024 IST

ଭୁବନେଶ୍ବର୧୯/୬: ରଣପୁର ବିଧାୟିକା ସୁରମା ପାଢୀ ଓଡ଼ିଶା ବିଧାନସଭାର ପରବର୍ତ୍ତୀ ବାଚସ୍ପତି ପାଇଁ ମନୋନୀତ ହୋଇଛନ୍ତି ।  ବିଜେପି ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ପରେ ସୁରମାଙ୍କ ନାଁ ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ମନୋନୀତ ହେବା ପରେ ମୁଖ୍ୟମନ୍ତ୍ରୀ ଓ ୨ ଉପମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ନାମାଙ୍କନ ଭରିଛନ୍ତି ସୁରମା । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇ ସମର୍ଥନ ପାଇଁ ସହଯୋଗ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ । । ସୁରମାଙ୍କର ରାଜନୀତିରେ ଅନେକ ଅଭିଜ୍ଞତା ରହିଛି ।  ବିଜେପି-ବିଜେଡି ମେଣ୍ଟ ସରକାରରେ ମନ୍ତ୍ରୀ ଥିଲେ ସୁରମା । ୨୦୦୪-୨୦୦୯ ଯାଏ ବିଧାୟକ ଥିଲେ ସୁରମା । ଆସନ୍ତାକାଲି ଅନୁଷ୍ଠିତ ହେବ ବାଚସ୍ପତି ନିର୍ବାଚନ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.