କରୋନା ଭୟରେ ଲୋକସେବା ଭବନରେ ବସିବ ବିଧାନସଭା, ତୃତୀୟ କରୋନା ସଂକ୍ରମିତଙ୍କ ପାଇଁ ବାଚସ୍ପତି ଦେଲେ ନିର୍ଦ୍ଦେଶ

Published By : Prameya-News7 Bureau | March 27, 2020 IST

ଭୁବନେଶ୍ବର ୨୭।୩: ଲୋକସେବା ଭବନରେ ବସିବ ବିଧାନସଭା । ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।

ବାଚସ୍ପତି କହିଛନ୍ତି ଯେ, ବିଧାନସଭା କାର୍ଯ୍ୟସୂଚୀ ଅନୁଯାୟୀ ମାର୍ଚ୍ଚ ୩୧ ପରିବର୍ତ୍ତେ ୩୦ ତାରିଖରେ ବ୍ୟୟ ମଞ୍ଜୁରୀ ବିଲ୍ ଆସିଥାନ୍ତା । ହେଲେ ଗତକାଲି ରାତିରେ ଆମେ ଜାଣିବାକୁ ପାଇଲୁ ଯେ, ଆମ ବିଧାନସଭାର ଜଣେ କର୍ମଚାରୀ ତୃତୀୟ କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଛନ୍ତି । ତେଣୁ ସମସ୍ତ କର୍ମଚାରୀଙ୍କୁ କ୍ବାରେଣ୍ଟାଇନ୍ କରିବା ସହ ବିଧାନସଭା ବିଲ୍ଡିଂକୁ ସାନିଟାଇଜ୍ କରିବା ଆବଶ୍ୟକତା ରହିଛି ।

ତେଣୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି ଯେ, ଲୋକସେବା ଭବନର କନଭେନସନ ହଲରେ ବିଧାନସଭା ବସିବ। ବିଧାୟକମାନେ ଦୁଇ ମିଟର ଦୂରରେ ବସିବେ । ତେଣୁ ବାଚସ୍ପତି ଅନୁରୋଧ କରିଛନ୍ତି ଯେ, ସବୁ ଦଳର ନେତାଙ୍କୁ ନିଜ ଦଳର ୩୦ ପ୍ରତିଶତ ବିଧାୟକଙ୍କୁ ନେଇକି ଆସିବାପାଇଁ । ସମସ୍ତ ଜିଲ୍ଲାପାଳ ଓ ଏସପିଙ୍କୁ ଜଣାଇ ଦିଆଯାଇଛି ବିଧାୟକମାନଙ୍କୁ ନ ଅଟକାଇବାକୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.