oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର:ପ୍ରଧାନ ଶିକ୍ଷକଙ୍କ ବଦଳିକୁ ବିରୋଧ, ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ
  • ||
  • ଛତିଶଗଡ଼ରେ ୪ ଓଡ଼ିଆଙ୍କୁ ନିର୍ମମ ହତ୍ୟା, ସ୍ୱାମୀ-ସ୍ତ୍ରୀ ଓ ଦୁଇ ଛୁଆ ମୃତ
  • ||
  • ଶାରଳାଙ୍କ ପୀଠରେ ଷଷ୍ଠୀ ପୂଜା, ମା’ଙ୍କ ଦର୍ଶନ ଲାଗି ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୩ କୋଭିଡ୍ ପଜିଟିଭ୍
  • ||
  • ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍
  • ||
  • ଦୁଷ୍କର୍ମ ଅଭିଯୋଗରେ ଜେଲ୍ ଗଲା ଟୁଙ୍ଗୁରୁ ଭୋଳ, ବହୁଚର୍ଚ୍ଚିତ ପ୍ରେମ କାହାଣୀରେ ପଡିଲା ପୂର୍ଣ୍ଣଚ୍ଛେଦ
  • ||
  • ମହାଷଷ୍ଠୀରେ ଭିଜିବ ଉପକୂଳ, ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ପହିଲାରୁ ବଢିବ ବର୍ଷା ପରିମାଣ
  • ||
  • ଶୁକ୍ରବାର ବସିବ କ୍ୟାବିନେଟ ବୈଠକ, ୧୦ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||

ମୌସୁମୀ ଅଧିବେଶନ ଆରମ୍ଭ : ପ୍ରଥମ ଦିନରେ ୭ଟି ବିଲ୍ ଉପସ୍ଥାପନ କଲେ ସରକାର, ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନକୁ ଜୋରଦାର୍ ବିରୋଧ କଲେ କଂଗ୍ରେସ-ବିଜେପି

29/09/2020 at 7:24 PM

ଭୁବନେଶ୍ୱର, ୨୯ ।୦୯:  କୋଭିଡ କଟକଣା ଭିତରେ ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭା ମୌସୁମୀ ଅଧିବେଶନ । ସାମାଜିକ ଦୂରତା ଓ ମାସ୍କ ଓ ପରିଧାନ ସହ କୋଭିଡ ସଚେତନତା ସହ ଗୃହକୁ ଆସିଥିଲେ ସଦସ୍ୟ । ଦିବଙ୍ଗତ ନେତା, କୋଭିଡ ଯୋଦ୍ଧା, ଦେଶ ପାଇଁ ସହିଦ ସେନା ଅଧିକାରୀଙ୍କ  ବିୟୋଗରେ ଶୋକ ପ୍ରସ୍ତାବ ପାରିତ ହେବା ପରେ ଗୃହକୁ ଅପରାହ୍ନ ୩ ଟାଯାଏ ମୁଲତବି ଘୋଷଣା କରିଥିଲେ ବାଚସ୍ପତି । ଅପରାହ୍ନ ୩ଟାରେ ପୁଣି ଗୃହ ଆରମ୍ଭ ହୋଇଥିଲା । ତେବେ ସରକାର ଆଣିଥିବା ୭ ଟି ବିଲ ଉପସ୍ଥାପିତ ହୋଇଥିଲା ।ତେବେ ଆସିଥିବା ୟୁନିଭର୍ସିଟି ଆମେଣ୍ଡମେଣ୍ଡ ବିଲ୍‌କୁ ନେଇ ପ୍ରବଳ ବିରୋଧ କରିଥିଲେ ବିରୋଧୀ ।

କୋଭିଡ କଟକଣାରେ ଆରମ୍ଭ ହେଲା ବିଧାନସଭା ମୈସୁମୀ ଅଧିବେଶନ । ଆଉ ପ୍ରଥମ ଦିନରୁ ହିଁ ଗୃହରେ ଦେଖିବାକୁ ମିଳିଥିଲା ତାତି ।  ଅପରାହ୍ନରେ ସରକାର ୭ଟି ବିଲ ଉପସ୍ଥାପନ କରିଥିଲେ । ତେବେ ଓଡିଶା ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍‌ କୁ ନେଇ କମ୍ପିଥିଲା ଗୃହ । ଏହି ବିଲ୍‌କୁ ପ୍ରବଳ ବିରୋଧ କରିଥିଲେ ବିରୋଧୀ । ଚିରା ଯାଇଥିଲା ବିଲ୍ । କରୋନା ସମୟରେ ଅତି ତରବରିଆ ଭାବେ କାହିଁକି ସରକାର ଏହି ବିଲ୍ ପାରିତ କରୁଛନ୍ତି ତାକୁ ନେଇ ପ୍ରଶ୍ନ ଉଠାଇଥିଲେ ବିରୋଧୀ । ଏହି ବିଲ୍ ଆସିଲେ ବିଶ୍ବବିଦ୍ୟାଳୟର autonomy ରହିବ ନାହିଁ। ବିଲ୍‌ ଆଣିବା ପଛରେ ମନ୍ଦ ଉଦ୍ଦେଶ୍ୟ ରହିଛି । ଏହି ବିଲ୍‌କୁ କଳା ବିଲ୍‌ ବୋଲି କହିବା ସହ କଂଗ୍ରେସର ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତି ବିଲ୍‌ କପିକୁ ଗୃହରେ ଚିରିଥିଲେ । ବିଶ୍ବବିଦ୍ୟାଳୟରେ ନିଯୁକ୍ତି ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଥିଲେ ବିରୋଧୀ ଦଳ ନେତା । ଏହାର ଜବାବରେ ଉଚ୍ଚଶିକ୍ଷାମନ୍ତ୍ରୀ ଅରୁଣ ସାହୁ କହିଥିଲେ ରାଜ୍ୟର ନିଜସ୍ବ ଆଇନ ଅନୁସାରେ ବିଶ୍ବବିଦ୍ୟାଳୟଗୁଡିକ ଚାଲୁଛି । ବିଲ୍‌ ଆଲୋଚନା ସମୟରେ ସମସ୍ତ ପ୍ରକାର ତଥ୍ୟ ଉପସ୍ଥାପନ କରାଯିବ । ସେହିଭଳି ବିରୋଧୀ ବି କୋଭିଡ୍ ଅନିୟମିତତା କଥା ଉଠାଇ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିଥିଲେ ।      

ପ୍ରଥମ ଦିନରେ ବିଧାନସଭାରେ କୋଭିଡ୍ କଟକଣା ଅନୁସାରେ ବିଧାୟକ ଓ ମନ୍ତ୍ରୀମାନେ ଗୃହରେ ପ୍ରବେଶ କରିଥିଲେ । ବିଧାୟକଙ୍କ ହାତରେ ଥିଲା ଗ୍ଲୋବସ, ମୁହଁରେ ମାକ୍ସ ଓ ସାମାଜିକ ଦୂରତାରେ ସିଟିଂ ଆରେଞ୍ଜମେଣ୍ଟ । ସିଟ୍‌ ଆଗରେ ଲାଗିଥିଲା କାଚ ପାଟିସନ । କୋଭିଡ କଟକଣା ପାଇଁ ଦର୍ଶକ ଗ୍ୟାଲେରୀରେ ଦର୍ଶକଙ୍କ ବଦଳରେ ବସିଥିଲେ ବିଧାୟକମାନେ । ବାଚସ୍ପତିଙ୍କୁ ଗାର୍ଡଅଫ ଅନର ଦେବା ପରେ ଆରମ୍ଭ ହୋଇଥିଲା ଅଧିବେଶନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫେରେନ୍ସିଂ ଜରିଆରେ ଅଧିବେଶନରେ ଯୋଡି ହୋଇଥିଲେ । ଲୋକସେବା ଭବନରେ ୬ ବରିଷ୍ଠ ବିଧାୟକ ବିଧାୟିକା ଏବଂ ଢେଙ୍କାନାଳ ଜିଲ୍ଲାରୁ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏବଂ ଭଦ୍ରକରୁ ବିରୋଧୀ ଦଳ ଉପନେତା ଅଧିବେଶନରେ ଭିଡିଓ କନ୍ପଫେରେନ୍ସିଂରେ ଭାଗ ନେଇଥିଲେ । ଗୃହ ଆରମ୍ଭ ହେବା ପରେ  ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ଭିଡିଓ କନଫେରେନସିଂରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ।

ଅଧିବେଶନ ସେପ୍ଟେମ୍ବର ୨୯ରୁ ଅକ୍ଟୋବର ୭ତାରିଖ ପର୍ଯ୍ୟନ୍ତ ଚାଲିବ । ଦୈନିକ ସାଢ଼େ ୪ଘଣ୍ଟା ଅଧିବେଶନ ବସିବ। କେବଳ ଅକ୍ଟୋବର ୨ତାରିଖ ଗାନ୍ଧିଜୟନ୍ତୀ ପାଇଁ ବିଧାନସଭା ଛୁଟି ରହିବ। କୋଭିଡ ପଜିଟିଭ ଆସିବା ଯୋଗୁ ଏଥର ୩ ମନ୍ତ୍ରୀ ଓ ୧୭ ବିଧାୟକ ଅଧିବେଶନରେ ଭାଗ ନେଇ ପାରି ନାହାନ୍ତି ।

   Related Posts