ଦିନକ ପରେ ବଜେଟ ଅଧିବେଶନ, ମୁତୟନ ହେବେ ୩୦ ପ୍ଲାଟୁନ ପୋଲିସ

Published By : Prameya-News7 Bureau | February 20, 2023 IST

ଭୁବନେଶ୍ବର ୨୦।୦୨ : ଦିନକ ପରେ ରାଜ୍ୟ ବଜେଟ ଅଧିବେଶନ । ଏଥିପାଇଁ ବିଧାନସଭାରେ ସୁରକ୍ଷା କଡାକଡି କରିଛି କମିଶନରେଟ୍ ପୋଲିସ । ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି ପୋଲିସ ଡିଜି ଏବଂ ପୋଲିସ କମିଶନର ।

ତେବେ ସୁରକ୍ଷା ବ୍ୟବସ୍ଥାରେ ୩୦ ପ୍ଲାଟୁନ ପୋଲିସ ମୁତୟନ ରହିବେ । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ । ୨ ପ୍ଲାଟୁନ SOG,  ରୁଫ ଟପ ସିକ୍ୟୁରିଟି,  କ୍ଵିକ ରିଆକ୍ସନ ଟିମ ରହିବେ ମୁତୟନ । ଡଗ ସ୍କ୍ବାଡ୍ , ବୋମା ନିଷ୍କ୍ରିୟ ଦଳ ମଧ୍ୟ ମୁତୟନ ରହିବେ ।

ସେହିପରି ଯେ କୌଣସି ଅପ୍ରୀତିକର ଓ ଆଇନ ଶୃଙ୍ଖଳା ପରିସ୍ଥିତିର ମୁକାବିଲା ପାଇଁ ସୁରକ୍ଷା ବାହିନୀ ପ୍ରସ୍ତୁତ ରହିବେ । ବିଧାନସଭା ଅଞ୍ଚଳରେ ୧୪୪ ଧାରା ଜାରି ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.