suno sunao
suno sunao
suno sunao
suno sunao
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ମଙ୍ଗଳବାରଠୁ ବିଧାନସଭା ବଜେଟ୍ ଅଧିବେଶନ, ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ରଣନୀତି

21/02/2023 at 7:47 AM

ଭୁବନେଶ୍ୱର ୨୧।୦୨: ଆଜିଠୁ ଆରମ୍ଭ ହେବ ବିଧାନସଭା ବଜେଟ୍ ଅଧିବେଶନ। ଆଜିଠୁ ଆରମ୍ଭ ହୋଇ ଅଧିବେଶନ ୨ଟି ପର୍ଯ୍ୟାୟରେ ଏପ୍ରିଲ ୬ରେ ସରିବ । ପ୍ରଥମ ଦିନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗୃହରେ ଅଭିଭାଷଣ ରଖିବେ । ୨୪ରେ ଗୃହରେ ବଜେଟ ଆଗତ କରିବେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ । ତେବେ ଏଥର କମ୍ପିବ ବଜେଟ ଅଧିବେଶନ ।

ବିଧାନସଭାରେ ମୁହାଁମୁହିଁ ହେବେ ଶାସକ ବିରୋଧୀ । ବଜେଟ ଅଧିବେଶନରେ ପରସ୍ପରକୁ ଘେରିବା ପାଇଁ ଉଭୟ ଶାସକ ଓ ବିରୋଧୀଙ୍କ ହାତରେ ପୁଳା ପୁଳା ପ୍ରସଙ୍ଗ ରହିଛି । ବିଧାନସଭା ଅଧିବେସନ ଲାଗି ବିଜେପିର ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ ହୋଇଛି । ମନ୍ତ୍ରୀ ନବ ଦାସ ହତ୍ୟା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ଆବାସ ଯୋଜନାରେ ହିତାଧୀକାରୀ ଚୟନରେ ଅନିୟମିତତା,ଆଦିକୁ ପ୍ରସଙ୍ଗ କରି ବିଧାନସଭାରେ ରାଜ୍ୟ ସରକାରଙ୍କୁ ଘେରିବ ବିଜେପି । କଂଗ୍ରେସ ମଧ୍ୟ ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ମମିତା ମେହର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଜେଲରେ ସନ୍ଦେହ ଜନକ ମୃତ୍ୟୁ ସହ ଚାଷୀ, ବେକାରୀ ପ୍ରସଙ୍ଗ ନେଇ ସରକାରଙ୍କୁ ଟାର୍ଗେଟ କରିବ ବୋଲି କହିଛି ।

ତେବେ ବିରୋଧୀଙ୍କୁ କାଉଣ୍ଟର କରିବାକୁ ଶାସକ ଦଳ କେନ୍ଦ୍ର ଅବହେଳା, ଗରିବ କଲ୍ୟାଣ ଯୋଜନାରେ ହିତାଧିକାରୀଙ୍କ ୫ କେଜି ଚାଉଳ କାଟ ପ୍ରସଙ୍ଗ, ବିରୋଧୀ ଦଳ ନେତା ମହିଳା ପୋଲିସଙ୍କୁ ଧକ୍କା ମାରିବା ଆଦି ପ୍ରସଙ୍ଗକୁ ନେଇ ବିରୋଧୀଙ୍କୁ କାଉଣ୍ଟର ଆଟାକ କରିବ । ତେବେ ଆଜି କଂଗ୍ରେସ ଓ ବିଜେଡିର ବିଧାୟକ ଦଳ ବୈଠକ ବସିବ । ଗତକାଲି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିଥିଲା ସର୍ବଦଳୀୟ ବୈଠକ । ଏଥର ଭର୍ଚୁଆଲ ମୋଡ୍ ରେ ବିଧାନସଭା ସଦସ୍ୟ ମାନେ ଅଧିବେଶନରେ ଯୋଗ ଦେଇପାରିବେ ବୋଲି ନଷ୍ପତ୍ତି ହୋଇଛି ।

   Related Posts