ବିଧାନସଭା ଅଧିବେଶନ, ଦିନ ୧୨ଟା ଯାଏଁ ଗୃହ ମୁଲତବୀ
21/03/2023 at 11:55 AM

ଭୁବନେଶ୍ୱର ୨୧।୦୩ : ବିଧାନସଭା ବଜେଟ ଅଧିବେଶନ । ଦିନ ୧୨ଟା ଯାଏଁ ଗୃହକୁ ମୁଲତବୀ ରଖିଲେ ବାଚସ୍ପତି । ବ୍ୟାନର ଦେଖାଇ ନିଜ ଆସନରେ ଛିଡ଼ା ହୋଇ ପ୍ରତିବାଦ କଲା ବିଜେଡ଼ି । ଯାହାଫଳରେ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି।
ଖବର ଅନୁଯାୟୀ, ମଙ୍ଗଳବାର ବିଧାନସଭା ଶୂନ୍ୟକାଳରେ ବିଜେଡ଼ି ଜୋରଦାର ପ୍ରତିବାଦ କରିଛି । କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଇଥିଲା ବିଜେଡ଼ି । କେନ୍ଦ୍ର ୫ କେଜି ଚାଉଳ କାଟିବା ପ୍ରସଙ୍ଗରେ ହୋ-ହାଲ୍ଲା କରିବା ସହ ବ୍ୟାନର ଦେଖାଇ ନିଜ ଆସନରେ ଛିଡ଼ା ହୋଇ ପ୍ରତିବାଦ ବି କରିଥିଲେ । ବିରୋଧୀଦଳ ନେତା ନିଜ ପ୍ରସଙ୍ଗ ରଖୁଥିବା ବେଳେ ନାରାବାଜି କରିଥିଲେ ବିଜେଡି ସଦସ୍ୟ । ଯାହାଫଳରେ ଦିନ ୧୨ ଟା ଯାଏ ଗୃହକୁ ମୁଲତବୀ ରଖିଲେ ବାଚସ୍ପତି