scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

୨୦୨୦-୨୨ରେ କୋଭିଡ଼ ନେଇଛି ୨୦ହଜାରରୁ ଅଧିକ ଜୀବନ, ବିଧାନସଭାରେ ରାଜସ୍ୱ ମନ୍ତ୍ରୀଙ୍କ ଲିଖିତ ଉତ୍ତର

1/12/2022 at 1:11 PM

ଭୁବନେଶ୍ୱର ୦୧।୧୨ : ରାଜ୍ୟରେ ୨୦୨୦-୨୨ରୁ କୋଭିଡ଼-୧୯ରେ ୨୦ହଜାରରୁ ଅଧିକ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଏହାସହିତ ବନ୍ୟା, ବାତ୍ୟା, ମରୁଡି ଓ ପ୍ରବଳ ବର୍ଷା ଯୋଗୁଁ ବିଗତ ୧୦ ବର୍ଷ ଭିତରେ ୨୨୭ ଜଣଙ୍କ ପ୍ରାଣ ଯାଇଛି ବୋଲି ଗୃହରେ ଉତ୍ତର ଦେଇଛନ୍ତି  ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ.  ୨୦୧୮ରେ ହୋଇଥିବା ବାତ୍ୟା ତିତିଲିରେ ସର୍ବାଧିକ ୭୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦୧୯ ରେ ହୋଇଥିବା ବାତ୍ୟା ଫନିରେ ୬୪,୨୦୧୩ ଫାଇଲିନରେ ୨୨ ଜଣ ଏବଂ ୨୦୨୦ମ ବନ୍ୟା ଓ ପ୍ରବଳ ବର୍ଷା ଯୋଗୁଁ ୩୮ ଜଣଙ୍କର ଜୀବନ ଯାଇଛି । ବାତ୍ୟା ଆମ୍ଫାନ, ବୁଲବୁଲ, ଗୁଲାବ, ଜୱାଦରେ କୌଣସି ଜୀବନ ହାନୀ ଘଟିନାହିଁ । ୨୦୧୨ରୁ ଅଦ୍ୟାବଧି ହୋଇଥିବା ବନ୍ୟା, ବାତ୍ୟା, ମରୁଡି, ପ୍ରବଳ ବର୍ଷାରେ ୪୦ ହଜାରରୁ ଅଧିକ ଟଙ୍କାର କ୍ଷୟକ୍ଷତି ଆକଳନ କରାଯାଇଛି । ୨୦୧୨ ଓ ୨୦୧୬ ମସିହାରେ କୌଣସି ପ୍ରମୁଖ ପ୍ରାକୃତିକ ବିପର୍ଯ୍ୟୟ ହୋଇନାହିଁ । ଫାଇଲିନ ବାତ୍ୟାରେ ସର୍ବାଧିକ ୧୪ହଜାର ୩୭୩ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ବେଳେ ଫନିରେ ୯ ହଜାର ୩୩୬ କୋଟିର କ୍ଷୟକ୍ଷତି ହୋଇଛି । କେନ୍ଦ୍ରରୁ ପ୍ରାୟ ୬ ହଜାର ୩୦୦ କୋଟି ଟଙ୍କାର ସହାୟତା ମିଳିଛି । ତେବେ ଗତ ୫ ବର୍ଷ ମଧ୍ୟରେ ବନ୍ୟା, ବାତ୍ୟା, ମରୁଡି, ମାଟି ଅତଡା ଖସିବା ଅଂଶୁଘାତ, ସାପ କାମୁଡା, ପାଣିରେ ବୁଡି ଜୀବନ ଯିବା, ଡଙ୍ଗା ବୁଡି, ବନ୍ୟାରେ ଭାସିଯିବା ଯୋଗୁଁ ୧୪ ହଜାର ୪୦୭ଜଣଙ୍କ ଜୀବନ ଯାଇଛି ।

   Related Posts