ବିଧାନସଭା ମୌସୁମୀ ଅଧିବେଶନରେ ଗୃହ ଆରମ୍ଭରୁ ବିରୋଧୀ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ
Published By : Prameya-News7 Bureau | September 05, 2018 IST
ଭୁବନେଶ୍ୱର ୫/୯ : ବିଧାନସଭା ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନରେ ଗୃହ ଆରମ୍ଭରୁ ବିରୋଧୀ କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ | ଦିନ ୧୧.୩୦ ଯାଏଁ ଗୃହକୁ ମୁଲତବୀ କଲେ ବାଚସ୍ପତି | ତୈଳ ଦର ବୃଦ୍ଧି ପ୍ରତିବାଦରେ ନାରାବାଜି କରିଥିଲା କଂଗ୍ରେସ | ଶିକ୍ଷକଙ୍କ ପ୍ରଶ୍ନ ଉଠାଇ ବିଜେପି ମଧ୍ୟ ଗୃହରେ ନାରାବାଜି କରିଥିଲା | ଗୃହ ଅଚଳ ନେଇ ବିରୋଧ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି କହିଲେ-"ତେଲ ଦର ହୁ ହୁ ହୋଇ ବଢୁଛି, ପେଟ୍ରୋଲ ଲିଟର ପିଛା ୮୦ ଟଙ୍କାରେ ପହଞ୍ଚିଲାଣି, ବିଜେଡି ବିଜେପି ଖାଲି ଡ୍ରାମା କରୁଛନ୍ତି,ରାଜ୍ୟରେ ଅଭାବ ଅନଟନ ଦେଖାଦେଲାଣି, ଗରିବ ଲୋକ ହଇରାଣ ହେଉଛନ୍ତି, ଯେପର୍ଯ୍ୟନ୍ତ ରାଜ୍ୟ ଓ କେନ୍ଦ୍ର ସରକାର ଟିକସ ଛାଡ କରିନାହାନ୍ତି ସେପର୍ଯ୍ୟନ୍ତ ହଟ୍ଟଗୋଳ ଜାରି ରହିବ"
ବିଧାନସଭାରେ ଶିକ୍ଷକ ଆନ୍ଦୋଳନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଲେ ବିଜେପି ବିଧାୟକ ପ୍ରଦୀପ ପୁରୋହିତ- "ଗୁରୁଙ୍କୁ ଅସମ୍ମାନ କରୁଛନ୍ତି ରାଜ୍ୟ ସରକାର, ତୁରନ୍ତ ଶିକ୍ଷକଙ୍କୁ ଡାକି ସମସ୍ୟାର ସମାଧାନ କରନ୍ତୁ, ସ୍କୁଲରେ ତାଲା ପଡିଛି ପିଲା ପାଠ ପଢୁନାହାନ୍ତି"