previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିପୁଳ ପରିମାଣର କାଠ ଜବତ, ବିଳମ୍ବିତ ରାତିରେ ହେଉଥିଲା ଚାଲାଣ
  • ||
  • କାଶ୍ମୀର ଘାଟି ଅଶାନ୍ତ, ପୁଣି ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା କଲେ ଆତତାୟୀ
  • ||
  • ଆଣବିକ ଦସ୍ତାବିଜ ପାଇଁ ଟ୍ରମ୍ପଙ୍କ ଘରେ ହୋଇଥିଲା ଚଢଉ : ସାମ୍ନାକୁ ଆସିଲା ବଡ ତଥ୍ୟ
  • ||
  • ଭାରତ ବିପକ୍ଷ ସିରିଜ୍ ପୂର୍ବରୁ ଦମ୍ ଦେଖାଇଲା ଜିମ୍ବାଓ୍ୱେ, ଟିମ୍ ଇଣ୍ଡିଆକୁ କଲା ସତର୍କ
  • ||

ବିଧାନସଭା ମୌସୁମୀ ଅଧିବେଶନ : ଆଜି ବିଧାନସଭାରେ ଆଗତ ହେବ ୭ଟି ବିଲ୍

19/09/2018 at 10:29 AM

ଭୁବନେଶ୍ବର ୧୯|୯: ବିଧାନସଭା ମୌସୁମୀ ଅଧିବେଶନର ଆଜି ନବମ ଦିନ । ଆଜି ବିଧାନସଭାରେ ଆଗତ ହେବ ୭ଟି ବିଲ୍ । ଓଡିଶା ସମବାୟ ସମିତି ସଂଶୋଧନ ବିଲ ୨୦୧୮ ସହ ଓଡିଶା ମୂଲ୍ୟଯୁକ୍ତ କର ସଂଶୋଧନ ବିଲ୍ ବି ଆଗତ ହେବ । ସେହିଭଳି ଓଡିଶା ଦ୍ରବ୍ୟସେବା କର ସଂଶୋଧନ ବିଲ୍, ବିହାର ଓଡିଶା ତୀର୍ଥ ସ୍ଥାନ ବିଲ୍, ଓଡିଶା ହିନ୍ଦୁ ଦେବତ୍ତୋର ସଂଶୋଧନ ବିଲ୍, ଗାନ୍ଧି ଯାନ୍ତ୍ରିକ ଓ ପ୍ରଯୁକ୍ତି ବିଦ୍ୟା ଅନୁଷ୍ଠାନ ବିଶ୍ବବିଦ୍ୟାଳୟ ଓଡିଶା ବିଲ୍ ଓ ଓଡିଶା ସରକାରୀ ଭାଷା ସଂଶୋଧନ ବିଲ୍ ଆଗତ ହେବ । ଏଥିସହ ଆଜି ଖାଦ୍ୟ ଯୋଗାଣ, ପରିବେଶ ଓ ଜଙ୍ଗଲ ବିଭାଗ, ଅନୁସୁଚିତ ଜାତି ଜନଜାତି, ଶ୍ରମ ନିୟୋଜନ ଏବଂ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ପ୍ରଶ୍ନତ୍ତୋର କାର୍ଯ୍ୟକ୍ରମ ରହିଛି । ବିଧାନସଭା ମୌସୁମୀ ଅଧିବେଶନର ଆଜି ନବମ ଦିନ । ହେଲେ ଚଳିତ ଅଧିବେଶନରେ ଦିନଟିଏ ମଧ୍ୟ ସୂଚାରୁ ରୂପେ ଚାଲିପାରିନି ଗୃହ । ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ପ୍ରସଙ୍ଗକୁ ନେଇ ଉଭୟ ବିରୋଧୀ ଓ ଶାସକ ଦଳ ସଦସ୍ୟାଙ୍କ ହଟ୍ଟଗୋଳ ପାଇଁ ଗୃହକୁ ମୁଲତବୀ କରିଛନ୍ତି ବାଚସ୍ପତି ।

   Related Posts