ବିଜେପିରେ ମିଶିଲେ ଦେବାଶିଷ ନାୟକ, କିଛି ସମୟ ପୂର୍ବରୁ ଛାଡ଼ିଥିଲେ ବିଜେଡି

Published By : Prameya-News7 Bureau | February 25, 2024 IST

ଭୁବନେଶ୍ଵର: ବିଜେଡିରୁ ଇସ୍ତଫା ଦେବାର କେଇ ଘଣ୍ଟା ନ ହେଉଣୁ ବିଜେପିରେ ସାମିଲ୍ ହେଲେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ। ପଦ୍ମ ଧରିଛନ୍ତି ବରିର ୪ ଥରର ବିଧାୟକ ଦେବାଶିଷ। ତାଙ୍କ ସହ ଅତାବିରାର ପୂର୍ବତନ କଂଗ୍ରେସ ବିଧାୟକ ନିହାର ମହାନନ୍ଦ ମଧ୍ୟ ବିଜେପିରେ ମିଶିଛନ୍ତି। ରବିବାର ପର୍ବରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ସଭାପତି ମନମୋହନ  ସାମଲଙ୍କ ଉପସ୍ଥିତିରେ ଦେବାଶିଷ ଓ ମହାନନ୍ଦ ନିଜ ନିଜର ସମର୍ଥକଙ୍କ ସହ ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି। ବିଜେପିରେ ଦେବାଶିଷଙ୍କ ସାମିଲ୍ ହେବା ପରେ ଯାଜପୁର ଜିଲ୍ଲାରେ ବିଜେପି ଓ ବିଜେଡି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିପାରେ।

wp:heading {"level":4}

Also read- ପୁଣି ରାଜନୀତିକୁ ଫେରିଲା କାଳିଆ ପ୍ରସଙ୍ଗ, ବିରୋଧୀଙ୍କ ବିଜେଡିକୁ ଟାର୍ଗେଟ୍, ନିର୍ବାଚନ ଆସିଲେ ମନେ ପଡ଼ୁଛି ଯୋଜନା

/wp:heading

ଉଲ୍ଲେଖନୀୟ ରବିବାର ଦେବାଶିଷ ନାୟକ ନିର୍ବାଚନ ପୂର୍ବରୁ ବିଜେଡିକୁ ଝଟକା ଦେଇ ଦଳ ଛାଡ଼ିଥିଲେ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଦେବାଶିଷ ଇସ୍ତଫା ପତ୍ର ଦେଇଥିଲେ। ଦେବାଶିଷ ନାୟକ ବରିରୁ କ୍ରମାଗତ ୪ ଥର ନିର୍ବାଚନ ଜିତିଛନ୍ତି। ସେ କେଉଁ ଦଳରେ ଯୋଗ ଦେବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଥିଲା। ତେବେ ବିଜେପିରେ ସାମିଲ୍ ହେବାର ସମ୍ଭାବନା ଥିବା କୁହାଯାଇଥିଲା। ଆଉ ଇସ୍ତଫା ଦେବାର କେଇ ଘଣ୍ଟା ଭିତରେ ସେ ବିଜେପିରେ ମିଶିଛନ୍ତି।

{"id":913618,"sizeSlug":"full","linkDestination":"none"}

ଗତ କିଛି ବର୍ଷ ହେବ ଦେବାଶିଷ ନାୟକ ଦଳରେ ଏକଘରିଆ ଓ କଣଠେସା ହୋଇ ରହିଥିଲେ। ଦଳରେ ତାଙ୍କର ସକ୍ରିୟତା ମଧ୍ୟ ଦେଖିବାକୁ ମିଳୁନଥିଲା। ଫଳରେ ସେ ଦୀର୍ଘ ସମୟ ଧରି ଅସନ୍ତୁଷ୍ଟ ଥିଲେ। ତାଙ୍କ ଦଳ ଛାଡ଼ିବା ନେଇ କେବେଠୁ କଳ୍ପନା ଜଳ୍ପନା ଲାଗି ରହିଥିଲା। ଆଉ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି ଦେବାଶିଷ ନାୟକ। ଦିନ ଥିଲା ଦେବାଶିଷ ବିଜେଡିର ଜଣେ ଟାଣୁଆ ଓ ପ୍ରଭାବଶାଳୀ ନେତା ଥିଲେ। ସେ ନବୀନ ପଟ୍ଟନାୟକ ସରକାରରେ ଅନେକ ବିଭାଗର ମନ୍ତ୍ରୀ ପଦ ସମ୍ଭାଳିଥିଲେ।

ଯାଜପୁର ଜିଲ୍ଲାର ବରି ନିର୍ବାଚନ ମଣ୍ଡଲୀରେ ଦେବାଶିଷଙ୍କ ଦବଦବା ରହିଛି। ସେ କ୍ରମାଗତ ୪ ଥର ଏଠାରୁ ନିର୍ବାଚନ ଜିତି ନିଜର ପତିଆରା ଜାହିର କରି ଆସିଛନ୍ତି। ୨୦୦୦, ୨୦୦୪, ୨୦୦୯ ଓ ୨୦୧୪ ନିର୍ବାଚନ ଜିତିଥିଲେ ସୁଦ୍ଧା ୨୦୧୯ ନିର୍ବାଚନରେ ବରିରୁ ବିଜେଡି ତାଙ୍କୁ ଟିକେଟ୍ ଦେଇ ନ ଥିଲା। ତାଙ୍କ ସ୍ଥାନରେ ବରି ବ୍ଲକ ଅଧ୍ୟକ୍ଷା ସୁନନ୍ଦା ଦାସଙ୍କୁ ପ୍ରାର୍ଥୀ କରାଯାଇଥିଲା। ଏହା ପରଠୁ ଦେବାଶିଷ ଅସନ୍ତୁଷ୍ଟଥିଲେ, ଯାହାର ପ୍ରତିକ୍ରିୟା ଆଜି ଦେଖିବାକୁ ମିଳିଛି। ଏବେ ଦେବାଶିଷ ନାୟକଙ୍କ ଧରି ବିଜେପି ଯାଜପୁର ଜିଲ୍ଲାରେ ନିଜର ପତିଆରା ବୃଦ୍ଧି କରିବାକୁ ଯୋଜନା କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.