ମୌସୁମୀ ଅଧିବେଶନରେ ପ୍ରଶ୍ନକାଳ ବାତିଲ, ବିରୋଧ କଲା କଂଗ୍ରେସ

Published By : Prameya-News7 Bureau | September 30, 2020 IST

ଭୁବନେଶ୍ୱର, ୩୦ ।୦୯:  ବିଧାନସଭାର ମୌସୁମୀ ଅଧିବେଶନରେ ପ୍ରଶ୍ନକାଳ ବନ୍ଦ କରିବା ନେଇ ପ୍ରତିବାଦ କରିଛି କଂଗ୍ରେସ । ସରକାରଙ୍କ ଏହି ନିଷ୍ପତ୍ତିକୁ ଦଳ ଗ୍ରହଣ କରିବ ନାହିଁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସଂହ ମିଶ୍ର ।

ନରସିଂହ ମିଶ୍ର କହିଛନ୍ତି ଯେ, ସରକାରଙ୍କ ପ୍ରଶ୍ନକାଳ ବାତିଲ ନିଷ୍ପତ୍ତିକୁ ଦଳ ବିରୋଧ କରୁଛି । ଏହି ନିଷ୍ପତ୍ତିରେ ଦଳ ରାଜି ନୁହେଁ । ଫଳରେ ବିଧାୟକଙ୍କ ଗଣତାନ୍ତ୍ରିକ ଅଧିକାର କ୍ଷୁର୍ଣ୍ଣ ହେଉଛି ।

ସାଧାରଣତଃ, ବିଧାନସଭା ଅଧିବେଶନ ଏକ ଘଣ୍ଟିଆ ପ୍ରଶ୍ନକାଳ ସହ ଆରମ୍ଭ ହୁଏ । ଏଥିରେ ବିଭିନ୍ନ ପ୍ରଶ୍ନ ଓ ଉତ୍ତର ଉପରେ ଆଲୋଚନା ହୁଏ । ତେବେ ଚଳିତ ଅଧିବେଶନରେ କରୋନା ସ୍ଥିତି ପାଇଁ ପ୍ରଶ୍ନକାଳକୁ ବାତିଲ କରାଯାଇଛି ।

ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ କହିଛନ୍ତି ଯେ,  ସଂସଦର ଉଭୟ ଗୃହରେ ମଧ୍ୟ ଚଳିତ ଥର ପ୍ରଶ୍ୱକାଳ ବାତିଲ କରାଯାଇଛି । ବୁଧବାର ବିନା ପ୍ରଶ୍ନକାଳରେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ସମୟରେ ବିଭିନ୍ନ ବିଧାୟକଙ୍କୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ରାଜ୍ୟ ଓ ଜାତୀୟ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ କହିଥିଲେ । ଏହାସହ ୭ରୁ ୮ ମିନିଟ୍ ଧରି ଆଲୋଚନା କରିବାକୁ ମଧ୍ୟ କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.