ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ, ‘କାଳିଆ ଯୋଜନାରେ ଚାଷୀଙ୍କୁ ମିଳିଛି ସହାୟତା’

Published By : Prameya-News7 Bureau | June 25, 2019 IST

ଭୁବନେଶ୍ବର ୨୫|୬: ଆଜିଠୁ ଆରମ୍ଭ ହୋଇଛି ବିଧାନସଭାର ବଜେଟ୍ ଅଧିବେଶନ । ଏହି ବଜେଟ୍ ଅଧିବେଶନ ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ପ୍ରଥମ ପର୍ଯ୍ୟାୟ ଜୁନ୍ ୨୫ରୁ ଜୁଲାଇ ୨ ତାରିଖ ଏବଂ ଦ୍ବିତୀୟ ପ୍ରର୍ଯ୍ୟାୟ ଜୁଲାଇ ୧୨ ତାରିଖରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଚାଲିବ ।

ଅଧିବେଶନ ଆରମ୍ଭ ପୂର୍ବରୁ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲଙ୍କୁ ବିଧାନସଭା ପରିସରରେ
ଗାର୍ଡ ଅଫ୍ ଅନର ଦିଆଯାଇଛି । ପ୍ରଥମ ଦିନରେ ଆଜି ରାଜ୍ୟପାଳଙ୍କ ଉଦବୋଧନରୁ ଆରମ୍ଭ ହୋଇଛି ଗୃହକାର୍ଯ୍ୟ । ଷୋଡ଼ଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭରୁ ରାଜ୍ୟପାଳ ଅଭିଭାଷଣ ରଖିଥିଲେ । ଦିବଙ୍ଗତ ପୂର୍ବତନ ସାଂସଦ ଓ ବିଧାୟକ  ଓ  ସହିଦ ଯବାନଙ୍କ ପାଇଁ ଶୋକ ପ୍ରକାଶ କରଯାଇଥିଲା ।

ଫୋନିର ଭୟାବହତା ଓ କ୍ଷୟକ୍ଷତି ବାବଦରେ ଜଣାଇବା ସହ ବାତ୍ୟାର ସଫଳତାର ସହ ମୁକାବିଲା ନେଇ ସରକାରଙ୍କୁ ସାବାସୀ ଜଣାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ । ରାଜ୍ୟପାଳ କହିଛନ୍ତି ମୋ ସରକାରଙ୍କୁ ପଞ୍ଚମ ଥର ପାଇଁ ବହୁମତ ମିଳିଛି  ।  କାଳିଆ ଯୋଜନା ଚାଲୁ ରହିବ, ଏବଂ କେହି ଚାଷୀ ଏଥିରୁ ବାଦ ପଡିବେନି । କାଳିଆ ଯୋଜନାରେ ଭୂମିହୀନ ଓ ଭାଗଚାଷୀଙ୍କୁ ସାମିଲ କରାଯାଇଛି ବୋଲି ରାଜ୍ୟପାଳ ଅଭିଭାଷଣରେ କହିଛନ୍ତି ।

କୃଷିର ବିକାଶ ଓ କୃଷକ ସଶକ୍ତକରଣ ଆମର ମୂଳ ଲକ୍ଷ୍ୟ । ଶିଳ୍ପରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ପାଇଁ ସଂରକ୍ଷଣ ବ୍ୟବସ୍ଥା ହୋଇଛି । ଏମଏସଏମଇର ବିକାଶ ପାଇଁ ସ୍ବତନ୍ତ୍ର କରିଡର ସ୍ଥାପନ କରାଯାଇଛି  ।  ୫ଟି ମ୍ୟୁନିସିପାଲ କର୍ପୋରେସନକୁ ସ୍ମାର୍ଟ ସିଟି ପାଇଁ ଉଦ୍ୟମ ଚାଲିଛି  । 3T  ଏବେ 5T କୁ ସଂପ୍ରସାରଣ କରାଯାଇଛି । 

ଭୁବନେଶ୍ବରରେ ମେଟ୍ରୋ ରେଳ ଚଳାଚଳ ଉଦ୍ୟମ  ଜାରି ରହିଛି ।  ଭୁବନେଶ୍ବର-କଟକ ଦୈତ୍ୟ ନଗରୀକୁ ଯୋଡିବ ରେଳ ଲାଇନ । କଟକକୁ ଐତିହ୍ୟ ସହରରେ ପରିଣତ କରିବାକୁ ଉଦ୍ୟମ ଚାଲିଛି ।  ହାଇସ୍କୁଲରେ ଆଇଟି ଲ୍ୟାବ ହେବ, ସବୁ ବୈଷୟିକ ଶିକ୍ଷାନୁଷ୍ଠାନ ୱାଇଫାଇ ବ୍ୟବସ୍ଥା ହେବ ।

ମିଶନ ଶକ୍ତି ମହିଳା ଗୋଷ୍ଠୀଙ୍କୁ ୫ ହଜାର କୋଟିର କାମ ମିଳିବ  । ପ୍ରତି ପଞ୍ଚାୟତ ଓ ଜିଲ୍ଲା ସ୍ତରରେ ମିଶନ ଶକ୍ତି ଗୃହ ପ୍ରତିଷ୍ଠା ହେବ  । ବୃଦ୍ଧବୃଦ୍ଧା, ବିଧବା ଓ ଦିବ୍ୟାଙ୍ଗଙ୍କ ପାଇଁ ଭତ୍ତା  ରାଶି ବୃଦ୍ଧି, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସହାୟତା ରାଶି ବୃଦ୍ଧି  , ମହିଳାଙ୍କ ସ୍ବାସ୍ଥ୍ୟ ସହାୟତା ୭ ଲକ୍ଷରୁ ୧୦ ଲକ୍ଷକୁ ବୃଦ୍ଧି ନେଇ ରାଜ୍ୟପାଳ ଅଭିଭାଷଣରେ କହିଛନ୍ତି । ଭୁବନେଶ୍ବରରେ ବିଶ୍ବ ସ୍ତରୀୟ କ୍ରୀଡା ଭିତ୍ତିଭୂମୀ ବିକଶିତ ହୋଇଛି । ସୁନ୍ଦରଗଡରେ ବିଶ୍ବସ୍ତରୀୟ ହକି ଖେଳାଳିଙ୍କ ପାଇଁ ଆଷ୍ଟ୍ରୋଟର୍ଫ ବ୍ୟବସ୍ଥା ହୋଇଥିବା କହିଛନ୍ତି ରାଜ୍ୟପାଳ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.