ବିଧାନସଭା ମୌସୁମୀ ଅଧିବେଶନ ; ଆସନ୍ତାକାଲି ପର୍ଯ୍ୟନ୍ତ ଗୃହ ମୁଲତବୀ

Published By : Prameya-News7 Bureau | September 04, 2018 IST

ଭୁବନେଶ୍ବର ୪|୯: ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ । ଗୃହରେ ଦିବଂଗତ ନେତାମାନଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୃହରେ ୧ ମିନିଟ୍ ପର୍ଯ୍ୟନ୍ତ ନିରବ ପ୍ରାର୍ଥନା । ଦିବଂଗତ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ ।ଲୋକସଭାର ପୂର୍ବତନ ବାଚସ୍ପତି ସୋମନାଥ ଚାଟାର୍ଜୀ, ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍. କରୁଣାନିଧି, ପୂର୍ବତନ ମନ୍ତ୍ରୀ ଯଦୁନାଥ ଦାଶମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ । ବୁଧବାର ଯାଏଁ ଗୃହ ମୁଲତବୀ ରଖାଯାଇଛି । ବୁଧବାର ଦିନ ଗୃହରେ ଅତିରିକ୍ତ ବଜେଟ୍ ଉପସ୍ଥାପିତ ହେବ । ୧୦, ୧୧ ଓ ୧୨ ତାରିଖରେ ଅତିରିକ୍ତ ବଜେଟ୍ ଉପରେ ଆଲୋଚନା ହେବ । ୧୭ ତାରିଖ ଦିନ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍ ଆଗତ କରାଯିବ । ମୌସୁମୀ ଅଧିବେଶନରେ ସମୁଦାୟ ୫ଟି ସରକାରୀ କାର୍ଯ୍ୟ ଦିବସ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.