LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ରାହୁଲଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗରେ କଳା ଡ୍ରେସ୍ ପିନ୍ଧି କଂଗ୍ରେସ ସଦସ୍ୟଙ୍କ ହଟ୍ଟଗୋଳ, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

27/03/2023 at 11:08 AM

rahul gandhi

ଭୁବନେଶ୍ବର ୨୭।୩: ଚାଲିପାରିଲାନି ପ୍ରଶ୍ନକାଳ । ବିଧାନସଭାର ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ସଦସ୍ୟ ଗୃହରେ ହଟ୍ଟଗୋଳ କରିଛନ୍ତି । ସଂସଦରେ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପ୍ରସଙ୍ଗରେ କଂଗ୍ରେସ ସଦସ୍ୟମାନେ ଗୃହରେ ହୋହଲ୍ଲା କରିଛନ୍ତି । ଗୃହକୁ କଳା ଡ୍ରେସ୍ ପିନ୍ଧି ଆସିଛନ୍ତି କଂଗ୍ରେସ ବିଧାୟକ । ଗୃହର ମଧ୍ୟଭାଗକୁ ଆସି ହଙ୍ଗାମା କରିବା ସହ ବାଚସ୍ପତିଙ୍କ ପୋଡିୟମ୍ ସମ୍ମୁଖରେ ପ୍ରତିବାଦ ଜଣାଇଛନ୍ତି କଂଗ୍ରେସ ସଦସ୍ୟ ।  ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।

ସୋମବାର ବିଧାନସଭା ପ୍ରଶ୍ନକାଳରେ ଗୃହ, ଅର୍ଥ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ଇସ୍ପାତ ଓ ଖଣି ବିଭାଗର ଆଲୋଚନା ରହିଛି । ଅପରାହ୍ନରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହେବାର ରହିଛି ।

ଉଲ୍ଲେଖଯୋଗ୍ୟ ଯେ, ଗତ ୨୪ ତାରିଖରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟ ପଦ ରଦ୍ଦ ହୋଇଥିଲା I ଏ ନେଇ ଲୋକସଭା କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା I ଲୋକ ପ୍ରତିନିଧି ଆଇନ ଅନୁସାରେ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବା ପରେ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ କରାଯାଇଥିବା ନେଇ ବିଜ୍ଞପ୍ତିରେ ଉଲ୍ଲେଖଥିଲା । ତେବେ ଗତ ୨୩ ତାରିଖରେ ସୁରଟର ଏକ କୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀ ୨୦୧୯ ମସିହାରେ ଦେଇଥିବା ଏକ ବିବାଦୀୟ ମନ୍ତବ୍ୟ ଉପରେ ଦୋଷୀ ସାବ୍ୟସ୍ତ କରିଥିଲେ । ଏହା ସହ ଦୁଇ ବର୍ଷ ଜେଲ୍ ଦଣ୍ଡାଦେଶ ମଧ୍ୟ ଶୁଣାଇଥିଲେ I ରାହୁଲ ଗାନ୍ଧୀ ୨୦୧୯ମସିହାରେ ଏକ ସଭାରେ କହିଥିଲେ, ‘ସବୁ ଚୋରମାନଙ୍କ ସାଙ୍ଗିଆ ମୋଦି ହେଲା କେମିତି I’ ରାହୁଲଙ୍କ ଏଭଳି ମନ୍ତବ୍ୟ ମୋଦି ସାଙ୍ଗିଆଧାରୀଙ୍କ ପ୍ରତି ଅପମାନ ଦର୍ଶାଇ ଗୁଜରାଟର ଜଣେ ବିଜେପି ନେତା ମାନହାନୀ ମୋକଦ୍ଦମା ରୁଜୁ କରିଥିଲେ I ଯାହାର ଶୁଣାଣି କରି ଏପରି ରାୟ ଶୁଣାଇଥିଲେ କୋର୍ଟ ।

   Related Posts