ନବ ଦାସ ହତ୍ୟାକାଣ୍ଡକୁ ନେଇ ପୁଣି କମ୍ପିଲା ଗୃହ, ଦିନ ୧୧ଟା ୩୦ମିନିଟ୍ ଯାଏଁ ଗୃହ ମୁଲତବୀ
10/03/2023 at 11:05 AM

ଭୁବନେଶ୍ବର ୧୦।୩: ନବ ଦାସ ହତ୍ୟାକାଣ୍ଡକୁ ନେଇ ପୁଣି କମ୍ପିଲା ଗୃହ । ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ପୁଣି ବିରୋଧୀ ସଦସ୍ୟ ହଙ୍ଗାମା କରିଛନ୍ତି । ବାଚସ୍ପତିଙ୍କ ପୋଡିୟମ୍ ନିକଟକୁ ଆସି ହୋହଲ୍ଲା ଓ ନାରାବାଜି କରିଛନ୍ତି ବିରୋଧୀ ସଦସ୍ୟ । ଉଭୟ ବିରୋଧୀ ବିଜେପି ଓ କଂଗ୍ରେସ ସଦସ୍ୟ ଗୃହରେ ହଟ୍ଟଗୋଳ କହିଛନ୍ତି । ନବ ଦାସ ହତ୍ୟାକାଣ୍ଡ ଘଟଣାରେ ସିବିଆଇ ତଦନ୍ତ ଦାବି କରିଛି ବିଜେପି । ହଟ୍ଟଗୋଳ ଯୋଗୁଁ ଗୃହକୁ ଦିନ ୧୧ଟା ୩୦ମିନିଟ୍ ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି ବାଚସ୍ପତି ବିକ୍ରମକେଶରୀ ଆରୁଖ ।