ବିଧାନସଭାରେ 'ସୁଭଦ୍ରା' ତାତି, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

Published By : Prameya-News7 Bureau | September 02, 2024 IST

ଭୁବନେଶ୍ୱର ୦୨।୦୯ : ବିଧାନସଭା ଅଧିବେଶନ । ଆଜି ବି ଚାଲିପାରୁନି ଗୃହ । ଅପରାହ୍ନ ୪ଟା ଯାଏଁ ବିଧାନସଭା ମୁଲତବୀ । ବାରମ୍ବାର ବିରୋଧୀ ସଦସ୍ୟଙ୍କ ହୋହାଲ୍ଲା ଏବଂ ନାରାବାଜି ପରେ ଗୃହ ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି ସୁରମା ପାଢୀ ।ଗୋଟିଏ ଦିନରେ ବିରତି ପରେ ଆରମ୍ଭ ହୋଇଥିଲା ବିଧାନସଭା ଅଧିବେଶନ । ହେଲେ ସୋମବାର ଦିନ ଅଧିବେଶନ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟମାନେ ସରକାରଙ୍କୁ ସୁଭଦ୍ରା ଯୋଜନାର ରୂପରେଖ ନେଇ ଘେରିବାକୁ ଉଦ୍ୟମ କରିଥିଲେ । ଏପିରିକି ଗୃହ ମଧ୍ୟଭାଗକୁ ଆସି ହୋହାଲ୍ଲା ଏବଂ ନାରାବାଜି କରିଥିଲେ । ପ୍ରଥମେ ଦିନ୧୧ଟା ୩୦ ଯାଏଁ ଗୃହକୁ ମୁଲତବୀ ରଖିଥିଲେ ବାଚସ୍ପତି । ଏହାପରେ ପୁଣି ଗୃହ ଆରମ୍ଭ ହୋଇଥିଲା, ହେଲେ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଲାଗି ପ୍ରଥମେ ୧୨ ଟା ୦୫ ଆଉ ପରେ ଅପରାହ୍ନ ୧ଟା ଯାଏଁ ମୁଲତବୀ ହୋଇଥିଲା ।  ଦିନ ୧ଟା ପରେ ଗୃହ ଆରମ୍ଭ ହେବାମାତ୍ରେ ପୁଣି ଥରେ ବିରୋଧୀ ସଦସ୍ୟମାନେ ସୁଭଦ୍ରା ଯୋଜନାକୁ ନେଇ ନାରାବାଜି କରିଥିଲେ । ଆଉ ଶେଷରେ ବିଧାନସଭାକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି ସୁରମା ପାଢୀ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.