ଶିଳ୍ପୀଙ୍କ ନିଆରା କଳାକୃତି, ବୋତଲରେ ସ୍ଥାନ ପାଇଲା ଦେବୀ ଦୁର୍ଗାଙ୍କ ଇକୋ-ଫ୍ରେଣ୍ଡଲି କୁନି ମୂର୍ତ୍ତି

Published By : Prameya-News7 Bureau | October 15, 2021 IST

ଭୁବନେଶ୍ୱର ୧୫/୧୦: ଓଡ଼ିଆ କଳାକାରଙ୍କ ନିଆରା କଳାକୃତି । ବୋତଲରେ ସ୍ଥାନ ପାଇଛି କ୍ଷୁଦ୍ର ଦେବୀ ପ୍ରତିମା । ଖୋର୍ଦ୍ଧା ଜଟଣୀ ଗ୍ରାମର ଏଲ୍ ଇଶ୍ୱର ରାଓଙ୍କ ସୃଜନଶୀଳତା ଏବେ ଲୋକଙ୍କ ମୁଖ୍ୟ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି । କାରଣ ଦଶହରା ଅବସରରେ ସେ ଲୋକଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଏକ ନିଆରା ଉପାୟ ବାଛିଛନ୍ତି ।

ବୃତ୍ତି ଅନୁଯାୟୀ ରାଓ ୭୫୦ ମି.ଲି ବୋତଲ ଭିତରେ ଦେବୀ ଦୁର୍ଗାଙ୍କ ଏକ ଅବିକଳ ପ୍ରତିମା ତିଆରି କରିଛନ୍ତି । ମୂର୍ତ୍ତିଟି ଛୋଟ ମାଟି ଖଣ୍ଡରେ ତିଆରି ହୋଇ ବୋତଲ ଭିତରେ ଥିବା ଗ୍ଲାସ୍ ପ୍ଲେଟରେ ଫ୍ରେମ୍ କରାଯାଇଛି । ସେ କହିଛନ୍ତି ମୂର୍ତ୍ତିକୁ ରଙ୍ଗ ଦେଇଛି । ଦୁର୍ଗା ମୂର୍ତ୍ତିକୁ ସଜାଇବା ପାଇଁ ସାଜସଜ୍ଜା ସାମଗ୍ରୀ ବ୍ୟବହାର କରିଛି । ଯାହାକୁ କରିବାକୁ ତାଙ୍କୁ ସାତ ଦିନ ସମୟ ଲାଗିଥିଲା ।

wp:html /wp:html

ଏହାସହ ସେ କୋଭିଡ -19 ରୁ ଲୋକଙ୍କୁ ମୁକ୍ତ କରିବା ପାଇଁ ଦେବୀଙ୍କଠାରେ ଆଶୀର୍ବାଦ କାମନା କରିଛନ୍ତି । ସହରରେ କୋଭିଡ-19ର ଭୟାବହତାକୁ ରୋକିବାକୁ ଓଡ଼ିଶା ସରକାର ଦର୍ଶନକୁ ବାରଣ କରିଛନ୍ତି । ଏମିତି ବୋତଲରେ ନିର୍ମାଣ କରିବା ପରେ ଲୋକେ ଚାହିଁଲେ ଏହାକୁ ଘରେ ରଖି ମାଙ୍କ ପୂଜା ଓ ଉପାସନା କରିପାରିବେ । କାରଣ ଶାରଦୀୟ ନବରାତ୍ରରେ ଦେବୀ ଦୁର୍ଗାଙ୍କୁ ତାଙ୍କର ନଅ ରୂପରେ ପୂଜା କରାଯାଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.