ଆନ୍ଧ୍ର-ଓଡିଶା ସୀମାନ୍ତରେ ପୁଣି ତେଜିଲା ବିବାଦ : ସୀମାନ୍ତ ଗ୍ରାମବାସୀ ମୁହାଁମୁହିଁ, ଆନ୍ଧ୍ରର ୪ଜଣଙ୍କୁ ରଖିଲେ ଅଟକ

Published By : Prameya-News7 Bureau | December 02, 2020 IST

ଜୟପୁର ୨।୧୨: ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ପୁଣି ତେଜିଲା ସୀମା ବିବାଦ । ଉଭୟ ସୀମାନ୍ତ ଗ୍ରାମବାସୀ ନିଜ ନିଜ ଭିତରେ ଧସ୍ତାଧସ୍ତି ହୋଇଛନ୍ତି । ଆନ୍ଧ୍ର ଜଙ୍ଗଲ ବିଭାଗ ପକ୍ଷରୁ ଏକତରଫା ଜଙ୍ଗଲ ଜମି ଚିହ୍ନଟକୁ ନେଇ ଓଡିଶାବାସୀ ତୀବ୍ର ବିରୋଧ କରିଛନ୍ତି । ଓଡ଼ିଶାବାସୀ ଆନ୍ଧ୍ରର ୪ ଜଣଙ୍କୁ ଅଟକ ରଖିଛନ୍ତି । ଖବର ପାଇ ତହସିଲଦାର ଓ ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ମୁକ୍ତ କରିଥିବା ସୂଚନା ମିଳିଛି ।

ଦୀର୍ଘ ଦିନ ଧରି ପଟ୍ଟାଙ୍ଗି ବ୍ଲକ ସମ୍ବାଇ ଗ୍ରାମ ପଞ୍ଚାୟତର ସୁନାବେଡା ଗ୍ରାମଠାରେ ଉଭୟ ସୀମାନ୍ତବାସୀଙ୍କ ମଧ୍ୟରେ ସୀମା ଚିହ୍ନଟକୁ ନେଇ ଲାଗି ରହିଥିଲା ବିବାଦ ଓ ଉଭୟ ସରକାରଙ୍କ ମଧ୍ୟରେ ଆଲୋଚନା ପାଇଁ ଚାହିଁ ବସିଥିଲେ ସୀମାନ୍ତ ବାସୀ ।

ସେପଟେ କୋଟିଆକୁ ପୋଷ୍ୟ ଗାଁ ଭାବେ ଗ୍ରହଣ କରିଥିବାରୁ ଗୁରୁବାର ଦିନ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା ସ୍ଥିତି ସମୀକ୍ଷା କରିବାକୁ କୋଟିଆ ପରିଦର୍ଶନରେ ଯିବାର କାର୍ଯ୍ୟକ୍ରମ ରହିଛି । ତେବେ ସୁରକ୍ଷା ଦୃଷ୍ଟିରୁ ସେଠାକୁ ନଯିବାକୁ ଜିଲ୍ଲା ପ୍ରଶାସନ ଆଡଭାଇଜାରୀ ଜାରି କରିଛି । କିନ୍ତୁ କୋଟିଆକୁ ପୋଷ୍ୟ ଗାଁ ଭାବେ ଆପଣାଇଥିବାରୁ ଏବଂ ସାଂସଦ ଭାବେ ସେଠାକୁ ଯିବା ତାଙ୍କ ଦାୟିତ୍ବ ବୋଲି କହିବା ସହ ରାଜ୍ୟ ସରକାରଙ୍କଠାରୁ ସୁରକ୍ଷା ଲୋଡିଛନ୍ତି ସପ୍ତଗିରି ଉଲ୍ଲାକା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.