ଧାନକୁ କାଟି ସୁରକ୍ଷିତ ସ୍ଥାନକୁ ନେଇଯାଅ: ଅଦିନିଆ ବର୍ଷା ପାଇଁ ଚାଷୀଙ୍କୁ ଆଲର୍ଟ କଲା କୃଷି ବିଭାଗ
14/11/2023 at 9:09 PM

ଭୁବନେଶ୍ୱର: ଲଘୁଚାପ ଆଣୁଛି ବଡ଼ ବର୍ଷା। ୧୬ ତାରିଖରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷିବ। ଦକ୍ଷିଣପୂର୍ବ ବଙ୍ଗୋପସାଗର ନିକଟ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ତେବେ ୧୬ ତାରିଖ ବେଳକୁ ଏହା ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି। ଘନୀଭୂତ ହୋଇ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି। ୧୫ରୁ ୧୭ ପର୍ଯ୍ୟନ୍ତ ଅଶାନ୍ତ ରହିବ ସମୁଦ୍ର।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଗୁରୁବାର ଠାରୁ ରାଜ୍ୟରେ ବର୍ଷା ଆରମ୍ଭ ହୋଇଯିବ। ଲଘୁଚାପ ପ୍ରଭାବରେ ୬ ଜିଲ୍ଲାରେ ଅଧିକ ବର୍ଷା ହେବ। ଗଞ୍ଜାମ, ଜଗତସିଂହପୁର, ପୁରୀ, କେନ୍ଦ୍ରାପଡ଼ା, ଭଦ୍ରକ ଓ କଟକ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ।
#Warning for Day-3 & Day-4
— Meteorological Centre, Bhubaneswar (@mcbbsr) November 14, 2023
Day 1 to Day-3 & Day-5: NIL pic.twitter.com/6SVKdBPEaD
ଅଦିନିଆ ବର୍ଷା ପୂର୍ବରୁ ଚାଷୀଙ୍କୁ ସତର୍କ କରାଇଛି କୃଷି ବିଭାଗ। ଧାନକୁ କାଟି ସୁରକ୍ଷିତ ସ୍ଥାନକୁ ନିଅନ୍ତୁ। କଟା ଧାନକୁ ବେଙ୍ଗଳା କରି ଦିଅନ୍ତୁ। ସବୁ ଅମଳ ସମ୍ଭବ ନହେଲେ ପଲିଥିନ ପକାନ୍ତୁ। ଧାନ ବିଲକୁ ନାଳି କରନ୍ତୁ ଓ ମୁହଁ ଖୋଲା ରଖନ୍ତୁ। ଧାନ, ମାଣ୍ଡିଆ, ପନିପରିବା, କପା, ଡାଲି ଜାତୀୟ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି।