Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଓଡିଶା ଆଦର୍ଶ ବିଦ୍ୟାଳୟର ପ୍ରବେଶ ଉତ୍ସବ, ଯୋଗଦେଲେ ମନ୍ତ୍ରୀ ନିରଞ୍ଜନ ପୂଜାରୀ

11/09/2023 at 12:18 PM

ବିନିକା ୧୧।୦୯ : ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ବଡ଼ଫଟାମୁଣ୍ଡା ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶ ଉତ୍ସବ ଅନୁଷ୍ଠିତ l ଏଥିରେ ମୁଖ୍ୟ ଅତିଥି ଭାବେ ଭାବେ ସ୍ୱାସ୍ଥ୍ୟ ମନ୍ତ୍ରୀ  ଶ୍ରୀଯୁକ୍ତ ନିରଞ୍ଜନ ପୂଜାରୀ ଯୋଗ ଦେଇଥିଲେ l ଆଉ ସମ୍ମାନିତ ଅତିଥିଭାବେ ସୋନପୁର ଜିଲ୍ଲାପାଳ ବିମେଳେନ୍ଦୁ ରାୟ, ଜିଲ୍ଲା ଶିକ୍ଷାଧିକାରୀ ଲକ୍ଷ୍ମଣ ଭୋଇ ଓ ଜିଲ୍ଲା ପରିଷଦ ଅଧକ୍ଷ୍ୟା ସୁପାର ଠେଲା ଯୋଗଦେଇଥିଲେ l

ତେବେ ମନ୍ତ୍ରୀ ନିରଞ୍ଜନ ପୁଜାରୀ ଉଦ୍‌ବୋଧନରେ କହିଥିଲେ ଯେ, ଏହି ବିଦ୍ୟାଳୟର କେହି ମେଡିକାଲ ପଢିବା ପାଇଁ ଯୋଗ୍ୟ ବିବେଚିତ ହେଲେ ତାଙ୍କର ପାଠପଢାର ସମସ୍ତ ଖର୍ଚ୍ଚ ନିଜ ପକେଟରୁ ବହନ କରିବେ ଓ ସ୍ମାର୍ଟ କ୍ଲାସ ରୁମ ବ୍ୟବସ୍ଥା କରାଯିବ । ଏହାସହ ଅବିଭାବକମାନଙ୍କ ତରଫରୁ ଦିଆଯାଇଥିବା ଦାବୀପତ୍ର ତଥା ଛାତ୍ରଛାତ୍ରୀ ଯିବାଆସିବା ପାଇଁ ସ୍କୁଲ ବସ, ଖାଲି ପଡିଥିବା ଶିକ୍ଷକ ପଦବୀ ପୂରଣ, ଖେଳପଡିଆ, ସାଇକଲ ଷ୍ଟାଣ୍ଡ ଓ ସ୍କୁଲ ସମ୍ମୁଖରେ ବସଷ୍ଟପ ପ୍ରମୁଖ ଦାବୀ ଖୁବଶୀଘ୍ର ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ l

ସେହିପରି ବିଦ୍ୟାଳୟର କୋଠା ନିର୍ମାଣ କରିଥିବା ସରୋଜ ମିଶ୍ର ଏବଂ  ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରୁଥିବା ଫଟାମୁଣ୍ଡା ଗ୍ରାମବାସୀଙ୍କୁ ସମ୍ମାନିତ କରାଯାଇଥିଲା । ଶେଷରେ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।

   Related Posts