ଓଡ଼ିଶା ଲଳିତ କଳା ଏକାଡେମି: ସ୍ୱାଧୀନତା ଦିବସରେ ଗାନ୍ଧିଜୀଙ୍କ ୨ ଦିନିଆ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ
16/08/2022 at 1:05 AM

ଭୁବନେଶ୍ୱର ୧୫/୦୮: ଓଡ଼ିଶା ଲଳିତ କଳା ଏକାଡେମୀ, ଓଡିଆ, ଭାଷା -ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୭୬ ତମ ସ୍ୱାଧୀନତା ଦିବସ ଓ ୭୫ତମ ସ୍ୱାଧୀନତାର ଅମୃତ ମହୋତ୍ସବ ଉପଲକ୍ଷେ ବୁଦ୍ଧ ଜୟନ୍ତୀ ପାର୍କ ପାଖରେ ଥିବା ବୁଦ୍ଧ ଆର୍ଟ ଗ୍ୟାଲେରିରେ ଗାନ୍ଧିଜୀଙ୍କ ଉପରେ ଆଧାରିତ ଚିତ୍ର ପ୍ରଦର୍ଶନୀ ଉଦଘାଟିତ ହୋଇଛି। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ରଞ୍ଜନ କୁମାର ଦାସ ଏହି ଉଦଘାଟନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିରେ ପ୍ରଦର୍ଶିତ ହୋଇଥିବା ଗାନ୍ଧିଜୀଙ୍କ ଓଡ଼ିଶା ଆଗମନ ଓ ଚିତ୍ରକଳାକୁ ସଚିବ ରଞ୍ଜନ ଦାସ ପ୍ରଶଂସା କରିଛନ୍ତି।

ଏହି ଉତ୍ସବରେ ଏକାଡେମିର ସଭାପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ସହିତ ଏକାଡେମିର କାର୍ଯ୍ୟକାରୀ ସମିତି ସଦସ୍ୟ ଗଜେନ୍ଦ୍ର ପ୍ରସାଦ ସାହୁ ଗାନ୍ଧୀଜିଙ୍କ ସ୍ୱାଧୀନତା ଚିତ୍ରଣର ବିଭିନ୍ନ ଆବଶ୍ୟକତା ଉପରେ ମାର୍ଗଦର୍ଶନ କରିଥିଲେ।କାର୍ଯ୍ୟକ୍ରମ ଆରମ୍ଭରେ ଏକାଡେମିର ସଚିବ ପଞ୍ଚାନନ ସାମଲ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ପରେ ପ୍ରଦର୍ଶନୀରେ ୩୬ଜଣ ଚିତ୍ରଶିଳ୍ପୀଙ୍କ ଦ୍ୱାରା ସଂରକ୍ଷିତ ହୋଇଥିବା ଚିତ୍ର ପ୍ରଦର୍ଶନୀକୁ ଦେଖାଇଥିଲେ। ଏହି ଅବସରରେ ବରିଷ୍ଠ ଚିତ୍ରକର ବିନୋଦ ମହାରଣା, ତାରାକାନ୍ତ ପରିଡ଼ା, ରଘୁନାଥ ସାହୁ, ସୁଶାନ୍ତ କୁମାର ସିଂହଙ୍କ ସହିତ ଅନ୍ୟାନ୍ୟ ଚିତ୍ରିଶିଳ୍ପୀ ପ୍ରଦର୍ଶନୀ ବୁଲି ଦେଖିଥିଲେ। ଏଠାରେ ପ୍ରଦର୍ଶିତ ହୋଇଥିବା ଗାନ୍ଧିଜୀଙ୍କ ଚିତ୍ରକଳା ପ୍ରଦର୍ଶନୀକୁ ଦେଖିବାକୁ ସାଧାରଣ ଲୋକଙ୍କ ବେଶ ଭିଡ଼ ମଧ୍ୟ ଦେଖିବାକୁ ମିଳିଛି। ଆସନ୍ତା ଅଗଷ୍ଟ ୧୭ ପର୍ଯ୍ୟନ୍ତ ଏହି ପ୍ରଦର୍ଶନୀ ସାଧାରଣ ଦର୍ଶକଙ୍କ ପାଇଁ ଖୋଲିବ ବୋଲି କୁହାଯାଇଛି।
