ଓଡ଼ିଶା ଫେରିଲେ ଓଡ଼ିଆ ଶ୍ରମବୀର, ଉତ୍ତରକାଶୀ ଟନେଲରେ ଫସିଥିଲେ ୧୭ ଦିନ

Published By : Prameya-News7 Bureau | December 01, 2023 IST

ଭୁବନେଶ୍ୱର ୦୧/୧୨: ଓଡ଼ିଶା ଫେରିଲେ ଓଡ଼ିଆ ଶ୍ରମବୀର। ଉତ୍ତରକାଶୀ ସୁଡ଼ଙ୍ଗ ଦୁର୍ଘଟଣାରୁ ଉଦ୍ଧାର ଓଡିଆ ଶ୍ରମବୀରଙ୍କ ଓଡ଼ିଶା ଫେରିଛନ୍ତି । ସେମାନଙ୍କୁ ଭୁବନେଶ୍ଵର ବିମାନବନ୍ଦର ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଏହାପରେ ଶ୍ରମିକମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିପାରନ୍ତି । ତେବେ ଆଉ ଜଣେ ଶ୍ରମବୀର କାଲି ଫେରିବାର କାର୍ଯ୍ୟକ୍ରମ ରହିଛି।

ସେମାନେ ହେଲେ, ମୟୂରଭଞ୍ଜ ତିରିଂ ଥାନା କୁଳଡ଼ିହା ଗ୍ରାମର ରାଜୁ ନାଏକ, ବାଙ୍ଗିରିପୋଷି ବେଧକୁ ଗାଁର ଧିରେନ୍ ନାୟକ, ବିଶେଶ୍ୱର ନାୟକ, ଓ ନବରଙ୍ଗପୁରର ଭଗବାନ ବତରା । ଗୁରୁବାର ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ସମସ୍ତ ଶ୍ରମିକଙ୍କ ସହ ଫୋନ୍‌ରେ କଥା ହେବା ସହ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । ଶ୍ରମ ମନ୍ତ୍ରୀ ଶ୍ରୀ ନାୟକ ଓଡ଼ିଆ ଶ୍ରମବୀର ତାଙ୍କ ସମ୍ପର୍କୀୟ ଓ ବିଭାଗୀୟ ଅନ୍ୟ ଅଧିକାରୀଙ୍କ ଓଡ଼ିଶା ଆଣିବାକୁ ଦାୟିତ୍ଵ ନେଇଥିଲେ।

wp:embed {"url":"https://www.prameyanews7.com/4-workers-will-return-to-odisha-by-special-flight/","type":"wp-embed","providerNameSlug":"prameya-news-7"}
https://www.prameyanews7.com/4-workers-will-return-to-odisha-by-special-flight/
/wp:embed

ସମସ୍ତଙ୍କୁ କାର୍‌ରେ ଦିଲ୍ଲୀ ଓଡ଼ିଶା ନିବାସରେ ରାତ୍ରିଯାପନ କରିବା ପରେ ଓଡିଶା ଅଭିମୁଖେ ଆସୁଛନ୍ତି । ଋଷିକେଶ ଏମ୍ସଠାରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସରିବା ପରେ ସେମାନଙ୍କୁ ଓଡ଼ିଶା ସରକାରଙ୍କୁ ହସ୍ତାନ୍ତର କରାଯାଇଥିଲା । ଉଦ୍ଧାର କାର୍ଯ୍ୟ ସହ ଅନ୍ୟ ସମସ୍ତ ସହାୟତା ପାଇଁ ସେ ଉତ୍ତରାଖଣ୍ଡ ସରକାରଙ୍କୁ ବିଶେଷ ଧନ୍ୟବାଦ ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.