୮୮୭ ରାଙ୍କ୍ ରଖି ଆଇଏଏସ୍ ପରୀକ୍ଷାରେ ସଫଳ ହେଲେ ଓଡ଼ିଆ ପୁଅ ସିଦ୍ଧାନ୍ତ
23/05/2023 at 9:53 PM

ଧର୍ମଗଡ଼ ୨୩/୦୫: ମଙ୍ଗଳବାର ସର୍ବ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ଫଳ ପ୍ରକାଶ ପାଇଛିl ସିଭିଲ ସର୍ଭିସ ପରୀକ୍ଷାରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଳା ଗାଁର ସିଦ୍ଧାନ୍ତ ବେଶ୍ରା ୮୮୭ ରେଙ୍କରେ କୃତକାର୍ଯ୍ୟ ହୋଇ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ସେ ରାଜେନ୍ଦ୍ର ବେଶ୍ରା ଓ ଅଞ୍ଜନା ନାଗଙ୍କ ପୁଅ।

ସିଦ୍ଧାନ୍ତ ଟାଟା ଷ୍ଟିଲରେ ଆସିଷ୍ଟାଣ୍ଡ ଜେନେରାଲ ମ୍ୟାନେଜର ଭାବେ ଗତ ଏକ ବର୍ଷ ହେଲା କାର୍ଯ୍ୟରତ। ଏହି ଖବର ମିଳିବା ପରେ ଜିଲ୍ଲାରେ ଓ ବ୍ଲକରେ ଉତ୍ସବର ମାହୋଲ ଦେଖାଦେଇଛିl ପ୍ରଥମ ଥର ପାଇଁ କୋକସରା ବ୍ଲକର ପୁଅ ଆଇଏଏସ ପରୀକ୍ଷାରେ ସଫଳତା ପାଇବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି l
Related Posts
ଗୁରୁବାର ବାହାରିବ +୨ କଳା ଏବଂ ଧନ୍ଦାମୂଳକ ରେଜଲ୍ଟ
7 June 2023
ଉଧାର ଟଙ୍କା ନଦେବାରୁ ନିର୍ମମ ହତ୍ୟା; ୨ ଅଭିଯୁକ୍ତ ଗିରଫ
7 June 2023