oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ଓଡିଶା ପାଇଁ ଗର୍ବ : ରାଷ୍ଟ୍ରପତି ସେବା ମେଡାଲରେ ସମ୍ମାନିତ ହେଲେ ଓଡିଆ ପୁଅ ଡା. କୌଶିକ କୁମାର

4/02/2021 at 11:44 AM

କଟକ,୦୪/୦୨: କୋଭିଡ୍‌ ମହାମାରୀରେ ଉଲ୍ଲେଖନୀୟ ଅବଦାନ ପାଇଁ ସାଧାରଣତନ୍ତ୍ର ଦିବସରେ ନୌସେନାର ଭେଷଜ ବିଶେଷଜ୍ଞ ଭାବରେ କାର୍ଯ୍ୟରତ ସର୍ଜନ କମାଣ୍ଡର ଡାକ୍ତର କୌଶିକ କୁମାର ଭୋଳଙ୍କୁ ପୁରସ୍କୃତ କରାଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦ୍ୱାରା ସେ ବିଶିଷ୍ଟ ସେବା ମେଡାଲରେ ପୁରସ୍କୃତ ହୋଇଛନ୍ତି ।

କୌଶିକ କୁମାର ୨୦୧୪ ମସିହାରେ ଶ୍ରୀରାମ ଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟରୁ ଏମ୍‌ବିବିଏସ୍‌ ଓ ବାୟୁସେନା ଚିକିତ୍ସାଳୟ ବେଙ୍ଗାଲୁରରୁ ୨୦୧୪ରେ ଭେଷଜ ବିଜ୍ଞାନରେ ସ୍ନାତ୍ତକୋତ୍ତର ଉପାଧି ପ୍ରାପ୍ତ କରିଥିଲେ । ସେ ଭାରତୀୟ ନୌସେନାରେ ୨୦୦୬ରେ ଯୋଗଦେବା ପରେ ତାଙ୍କୁ ୨୦୧୧ ମସିହାରେ ନୌସେନାର ମୁଖ୍ୟ (ଦକ୍ଷିଣ) ମେଡ଼ାଲ ଓ ୨୦୧୯ରେ ନୌସେନାଧ୍ୟକ୍ଷ ମେଡାଲରେ ପୁରସ୍କୃତ କରାଯାଇଥିଲା ।

କୌଶିକ ହେଉଛନ୍ତି ବାଙ୍କେଇ ଗ୍ରାମ ନିବାସୀ କେଶବ ଚନ୍ଦ୍ର ଭୋଳ ଓ କୁମୁଦୁନି ଭୋଳଙ୍କ ପୁଅ ତଥା ପାଗା-ମହାଜନପୁର ନିବାସୀ ସ୍ୱର୍ଗତ ନିରଞ୍ଜନ ସଂହ ଓ ଶୋଭାରଣୀ ସିଂହଙ୍କ ଜ୍ୱାଇଁ ଅଟନ୍ତି ।

   Related Posts