ଭାଷା ନିୟମ କାର୍ଯ୍ୟକାରୀ ନେଇ ପଦକ୍ଷେପ
20/05/2018 at 12:26 PM

ଓଡ଼ିଆ ଭାଷା ଆଇନର କାର୍ଯ୍ୟକାରୀ କରିବା ନେଇ ନବରଙ୍ଗପୁର ଜିଲ୍ଲା ପ୍ରଶାସନର ତତ୍ପରତା ଦେଖିବାକୁ ମିଳିଛି | ବିଭିନ୍ନ ଦୋକାନରେ ଇଂରାଜୀରେ ଲେଖା ଯାଇଥିବା ନାମ ଫଳକକୁ ହଟାଇଛନ୍ତି ପ୍ରଶାସନିକ ଅଧିକାରୀ | ଜିଲ୍ଲାପାଳଙ୍କ ଦ୍ୱାରା ଗଠିତ ଏହି ଟିମରେ ତହସିଲଦାର,ଜିଲ୍ଲା ଶ୍ରମ ଅଧିକାରୀ ଓ ପୋଲିସ ସାମିଲ ହୋଇଥିଲେ | ୭ ଦିନ ତଳେ ବିଭିନ୍ନ ଦୋକାନର ନାମ ଫଳକକୁ ଓଡ଼ିଆରେ ଲେଖିବା ପାଇଁ ପ୍ରଶାସନ ପକ୍ଷରୁ ଜନ ସାଧାରଣଙ୍କୁ ସଚେତନ କରାଯାଇଥିଲା | ତେବେ ୭ ଦିନ ମଧ୍ୟରେ ଯେଉଁମାନେ ନାମ ଫଳକ ହଟାଇନଥିଲେ ସେଗୁଡିକୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ହଟାଇ ଦିଆଯାଇଛି |