ଭୁବନେଶ୍ୱର,୯/୮ : ଓଡ଼ିଶାର ୩୦ଟି ପ୍ରେକ୍ଷାlଳୟରେ ମୁକ୍ତିଲାଭ କରିଛି ବହୁ ପ୍ରତୀକ୍ଷିତ ଓଡ଼ିଆ ସିନେମା 'ଭଗିଆ ଭାରିଯା'। ଭୁବନେଶ୍ୱରରେ ସମୁଦାୟ ୬ଟି ସୋ'ରେ ପ୍ରଦର୍ଶନ ଜାରି ରଖିଥିବା ବେଳେ ସ୍ଥାନୀୟ ମହାରାଜା ହଲରେ ଏହାର ପ୍ରିମିୟର ସୋ ' ଅନୁଷ୍ଠିତ ହୋଇଯାଇଛି। ଚଳଚ୍ଚିତ୍ରର କଳାକାର ଓ ଟେକ୍ନିସିଆନଙ୍କ ସମେତ ଇଣ୍ଡଷ୍ଟ୍ରି ସହ ସଂପୃକ୍ତ ବହୁ ବ୍ୟକ୍ତିବିଶେଷ ଏହି ପ୍ରିମିୟର ସୋରେ ଯୋଗ ଦେଇଥିଲେ।
ସାମ୍ପ୍ରତିକ ଘଟଣାବଳୀକୁ ନେଇ ଏହାର କାହାଣୀ । ଜଣେ ଅଟୋ ଡ୍ରାଇଭର ସ୍ୱାମୀ ଓ ରିଲ୍ସ ପ୍ରେମରେ ପଡ଼ିଥିବା ସ୍ତ୍ରୀର ସମ୍ପର୍କ ଉପରେ ଆଧାରିତ। ହରିବୋଲ ଏଣ୍ଟରଟେନମେଣ୍ଟ ଆଣ୍ଡ ପ୍ରାଇଭେଟ୍ ଲିମିଟେଡ ଦ୍ୱାରା ପ୍ରସ୍ତୁତ 'ଭଗିଆ ଭାରିଯା'ର ପ୍ରମୁଖ ଚରିତ୍ରରେ ହରିହର ମହାପାତ୍ର ଓ ଦେବଯାନୀ ଥିବା ବେଳେ ଅନ୍ୟାନ୍ୟ ଚରିତ୍ରରେ ଅଛନ୍ତି ବବି ମିଶ୍ର, ପୁପିନ୍ଦର, ବ୍ରଜ ସିଂ, ଦେବୁବ୍ରହ୍ମା, ତୃପ୍ତି ସିହ୍ନା, କାଳିଆ ଓ ଭକ୍ତି। କାହାଣୀ ଚିତ୍ରନାଟ୍ୟ ସଂଳାପ ନିଜେ ହରିହର ମହାପାତ୍ର ଲେଖିଥିବା ବେଳେ ନିର୍ଦ୍ଦେଶନା ଦେଇଛନ୍ତି ମୃତ୍ୟୁଞ୍ଜୟ ସାହୁ ଓରଫ୍ ବାପି। ଡ. ଭୀଷ୍ମ ରଥ ଓ ହରିହର ମହାପାତ୍ର ଏହି ଫିଲ୍ମର ପ୍ରଯୋଜନାରେ ଅଛନ୍ତି। ସଙ୍ଗୀତ ଦେଇଛନ୍ତି ମେଲୋଡି ମେକର ମଳୟ ମିଶ୍ର। ସମ୍ପାଦନାରେ ଅଛନ୍ତି ରାଜେଶ ଦାଶ।
'ଭଗିଆ ଭାରିଯା' ର ମୌଳିକ କାହାଣୀ ଦର୍ଶକଙ୍କ ଦ୍ଵାରା ଆଦୃତ ହୋଇଥିବା ବେଳେ ହରି, ଦେବଯାନୀ ବବି ମିଶ୍ର ଓ ପୁପିନ୍ଦରଙ୍କ ଅଭିନୟ ବେଶ୍ ଆକର୍ଷଣୀୟ ହୋଇପାରିଛି। ଚଳଚ୍ଚିତ୍ରଟି ପାଇଁ ପ୍ଲସ ପଏଣ୍ଟ ସାଜିଛି ଏହାର ସଙ୍ଗୀତ। ଟାଇଟଲ ଗୀତଟି ଏବେ ଟ୍ରେଣ୍ଡିଙ୍ଗରେ ରହିଛି।