ଜନ୍ମମାଟିରେ ପହଞ୍ଚିଲା ସହିଦ ଓଡିଆ ଯବାନ ଅଜିତ ସାହୁଙ୍କ ପାର୍ଥିବ ଶରୀର, ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହେବ ଶେଷକୃତ୍ୟ
20/06/2019 at 12:44 PM

କାମାକ୍ଷାନଗର ୨୦|୬: ଜନ୍ମମାଟିରେ ପହଞ୍ଚିଲା ସହିଦ ଓଡିଆ ଯବାନ ଅଜିତ ସାହୁଙ୍କ ପାର୍ଥିବ ଶରୀର । କାମାକ୍ଷାନଗର ବଡସୁଆଁଳ ଗାଁରେ ଆଜି ଶେଷକୃତ୍ୟ ହେବ । ପୈତୃକ ଗାଁରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସହିଦଙ୍କ ଶେଷକୃତ୍ୟ କରାଯିବ । ଏହା ପୂର୍ବରୁ ସହିଦଙ୍କ ମରଶରୀରକୁ ଶୋଭାଯାତ୍ରାରେ ନିଆଯାଉଛି । ଢେଙ୍କାନାଳ ମିନି ଷ୍ଟାଡିମୟରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ରାତି ଗୋଟାଏ ୩୦ରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ୧୨୦ ବାଟାଲିୟନକୁ ଅଜିତଙ୍କ ମରଶରୀରକୁ ନିଆଯାଇଥିଲା । ସେଠାରେ ତାଙ୍କୁ ଗାର୍ଡ ଅଫ ଅନ୍ ର ଦିଆଯାଇଥିଲା । ଗାର୍ଡ ଅଫ ଅନର ଦିଆଯିବା ସମୟରେ ରାଜ୍ୟପାଳ ଗଣେଶୀ ଲାଲ୍ ଉପସ୍ଥିତ ଥିଲେ । ଜାମ୍ମୁର ଅନନ୍ତନାଗରେ ଆତଙ୍କବାଦୀଙ୍କ ମୁକାବିଲା ବେଳେ ସହିଦ ହୋଇଯାଇଛନ୍ତି କାମାକ୍ଷାନଗର ବଡ଼ସୁଆଁଳ ଗାଁର ଅଜିତ୍ । ୨୦୧୫ରେ ସେନାରେ ଯୋଗ ଦେଇଥିଲେ ଅଜିତ୍ । ପ୍ରଥମେ କୋଲକାତାରେ ଜଏନ୍ କରିଥିଲେ । ବଦଳି ହୋଇଥିଲା ଜମ୍ମୁକୁ । ସେ ୪୪ ରାଷ୍ଟ୍ରୀୟ ରାଇଫଲ୍ସରେ କାର୍ଯ୍ୟରତ ଥିଲେ । ବୀର ପୁଅକୁ ହରାଇ ପରିବାର ଓ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଛି ଶୋକାକୂଳ ପରିବେଶ । ଦେଶ ମାତୃକାର ସେବା ପାଇଁ ସେ ସହିଦ୍ ହୋଇଯାଇଛନ୍ତି ।