ଦାଦନ ଖଟିବାକୁ ଯାଇ ତାମିଲନାଡୁରେ ଫସିଲେ ଓଡିଆ, ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କଲେ ଗୁହାରି
6/03/2023 at 11:16 PM

ନାରାୟଣପାଟଣା: ସୁରକ୍ଷିତ ଭାବେ ନିଜ ଗାଁକୁ ଫେରିବାକୁ ବିଡ଼ିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କଲେ ତାମିଲନାଡୁର ଏକ ଘରୋଇ କାରଖାନାରେ କାମ କରୁଥିବା ଓଡିଆ ଶ୍ରମିକ। ସେ ସେଠାକରେ ଏକ ଗୁଡ଼ କାରଖାନାରେ କୁଲି ମଜୁରୀ ଭାବେ କାମ କରିବାକୁ ଯାଇ କଲବଲ ହେଉଛନ୍ତି। ବର୍ତ୍ତମାନ ତାମିଲନାଡୁରେ ଦାଦନ ଉପରେ ଖୁଲମ ଖୁଲା ମାଡ଼ ମରା ଯାଉଥିବାର କିଛି ଭିଡ଼ିଓ ଭାଇରାଲ ଦେଖି ଚିନ୍ତାରେ ଓଡ଼ିଆ ଶ୍ରମିକ।
କୋରାପୁଟ ଜିଲ୍ଲାର ନାରାୟଣପାଟଣା ବ୍ଲକର ମୁଣ୍ଡିଗୁଡ଼ା ଗାଁର ପାଖାପାଖି ୨୦ ଜଣ ଦାଦନ ଖଟିବାକୁ ଯାଇ ଫସି ରହିଥିବା ଅଭିଯୋଗ ହୋଇଛି। ଦୀର୍ଘ ୩ ମାସ ଧରି କାମ କରିଥିଲେ ସୁଦ୍ଧା ପ୍ରାପ୍ୟ ଟଙ୍କା ନଦେଇ ଧମକ୍ ଚମକ୍ ଦେଇ ମାଲିକ୍ ସେମାନଙ୍କୁ କୁଆଡେ଼ ବାହାରକୁ ଯିବାକୁ ଅନୁମତି ଦେଉନଥିବା କୋହଭରା କଣ୍ଠରେ ଏମିତି ଗୁହାରି କରିଛନ୍ତି ଓଡିଆ ଶ୍ରମିକ। ଅନ୍ୟପଟେ ପିଲା ଛୁଆଙ୍କୁ ଧରି କାନ୍ଦି କାନ୍ଦି ବ୍ଲକ୍ ଅଧ୍ୟକ୍ଷଙ୍କ ନିକଟରେ ଏବଂ ରାଜ୍ୟ ସରକାରଙ୍କୁ ତୁରନ୍ତ କିଛି ପଦକ୍ଷେପ ଗ୍ରହଣ କରିବାକୁ ଆକୁଳ ନିବେଦନ କରିଛନ୍ତି ବିଭିନ୍ନ ପରିବାରର ସଦସ୍ୟ।