କେନ୍ଦ୍ରାପଡା ବାସିନ୍ଦା ଓଡ଼ିଆ ଲସ୍ମର ଆତଙ୍କୀ ଗିରଫ : Bigstory Followup

Published By : Prameya-News7 Bureau | August 07, 2018 IST

କେନ୍ଦ୍ରାପଡା ୭/୮ : କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ଅଞ୍ଚଳରେ ଠାବ ହେଲା ଲସ୍ମର-ଇ-ତୋଏବା ଆତଙ୍କବାଦି ହବିବୁର ରହେମନର ଘର।ଗରଦପୁର ବ୍ଲକ ପାଟକୁରା ଥାନା ଅନ୍ତର୍ଗତ ତେଣ୍ଡାକୁଡାର "ମିର୍ ମହଲା" ଗ୍ରାମରେ ହବିବୁରର ଘର ଜଣା ପଡିବା ପରେ ତପ୍ରର ହୋଇଉଠିଛି କେନ୍ଦ୍ରାପଡା ପୋଲିସ।୧୯୮୫ ମସିହାରୁ ହବିବୁର ଗାଁ ଛାଡି ମୁମ୍ବାଇରେ ରହିଆସୁଛି ,ପ୍ରାୟ ୩୩ ବର୍ଷ ହେବ ତାର ଘର ସହିତ କୈଣସି ସମ୍ପର୍କ ନାହିଁ ବୋଲି କହିଛନ୍ତି ହବିବୁର ଙ୍କ ବାପା ମିର ଅଇନୁଲ ଖାଁ ।ହବିବୁରଙ୍କ ବାପା ତିନୋଟି ବିବାହ କରିଥିବା ବେଳେ ହବିବୁର ଦ୍ବିତୀୟ ପନ୍ନୀଙ୍କ ପୁଅ।୨୦୦୬ ମସିହାରେ ଶେଷ ଥର ପାଇଁ ହବିବୁର ତାଙ୍କ ଭାଇଙ୍କ ବିବାହରେ ଦୁଇ ଦିନ ଗାଁକୁ ଆସିଥିଲେ ସେବେ ଠାରୁ ହବିବୁରଙ୍କ ସହ କୈଣସି ସମ୍ପର୍କ ନାହିଁ ବୋଲି କହିଛନ୍ତି ତାଙ୍କ ବାପା।ହବିବୁର ମୁମ୍ବାଇରେ ଦୁଇଟି ମହିଳାଙ୍କୁ ବିବାହ କରିଛନ୍ତି ,ଜଣେ ଖୀଷ୍ଟିଆନ ମହିଳା ଓ ଆଉ ଜଣେ ମୁସୁଲିମ ମହିଳା ବୋଲି ଜଣା ପଡିଛି।ହବିବୁର ମୁମ୍ବାଇରେ ରହିବା ସମୟରେ ସାଉଦ ଆରବକୁ ଜାଲ ପାସପୋଟ ରେ ଯିବା ଆସିବା କରୁଥିବାର ସୂଚନା ଦେଇଛି କେନ୍ଦ୍ରାପଡା ପୋଲିସ।ସ୍ଥାନୀୟ ଲୋକଙ୍କ କହିବା ମୁତାବକ ହବିବୁର କେବେବି ଗାଁକୁ ଆସିବାର ସେମାନେ ଦେଖିନାହାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.