କମ୍ବିଂ ବେଳେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ : ଓଡ଼ିଆ ଯବାନ ସହିଦ, ଜଣେ ଗୁରୁତର
11/08/2023 at 3:49 PM

ରାଉରକେଲା।ଆନନ୍ଦପୁର ୧୧।୮: ଝାଡଖଣ୍ଡରେ ନକ୍ସଲଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଓଡ଼ିଆ ଯବାନ ସହିଦ ହୋଇଛନ୍ତି । ସହିଦ ଯବାନ ଜଣଙ୍କ ହେଲେ କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ସୁଶାନ୍ତ ଖୁଣ୍ଟିଆ । ବିସ୍ଫୋରଣରେ ବିହାରର ଜଣେ ଯବାନ ଗୁରୁତର ହୋଇଛନ୍ତି । ଗୁରୁତର ଯବାନ ହେଲେ ବିହାରର ମୁନା ଲାଲ ଯାଦବ । ଗୁରୁତର ଅବସ୍ଥାରେ ତାଙ୍କୁ ରାଞ୍ଚି ଇଣ୍ଡିକୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁଇ ଯବାନ ସିଆରପିଏଫ ୬୦ ବାଟାଲିୟନରେ କାର୍ଯ୍ୟରତ ଥିଲେ ।
ସୂଚନାଯୋଗ୍ୟ ଯେ, ଝାଡଖଣ୍ଡ ପଶ୍ଚିମ ସିଂହଭୂମି ଗୋଏଲ କେରା ଟେଣ୍ଟୋ ଥାନା କୋଲହନ ଜଙ୍ଗଲରେ ସିଆରପିଏଫ ଯବାନଙ୍କର କମ୍ବିଂ ଅପରେସନ୍ ଚାଲିଥିଲା । ସେହି ସମୟରେ ନକ୍ସଲ ପୋତିଥିବା ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣରେ ବିହାରର ଜଣେ ଯବାନ ଗୁରୁତର ହୋଇଛନ୍ତି । ଗୁରୁତର ଯବାନ ହେଲେ ବିହାରର ମୁନା ଲାଲ ଯାଦବ । ଗୁରୁତର ଅବସ୍ଥାରେ ତାଙ୍କୁ ରାଞ୍ଚି ଇଣ୍ଡିକୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କମ୍ବିଂ ଅପରସେନ ବେଳେ ନକ୍ସଲ କ୍ୟାମ୍ପ୍ ଠାବ ହେବା ସହ ବିପୁଳ ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।
ସହିଦ ଓଡିଆ ଜବାନ ସୁଶାନ୍ତଙ୍କ ଘର କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରାଞ୍ଚଳର ୪ନଂ ଓ୍ବାର୍ଡରେ । ସୁଶାନ୍ତ ୨୦୨୦ ମସିହାରେ ସିଆରପିଏଫରେ ଯୋଗ ଦେଇଥିଲେ । ତାଙ୍କର ତିନି ଭାଇ ଓ ଗୋଟିଏ ଭଉଣୀ ମଧ୍ୟରେ ସୁଶାନ୍ତ ସମସ୍ତଙ୍କ ଠାରୁ ସାନ । ଚଳିତ ବର୍ଷ ଜୁନ୍ ମାସ ୨ ତାରିଖରେ ସୁଶାନ୍ତଙ୍କ ବାହାଘର ହୋଇଥିଲା । ଚଳିତ ବର୍ଷ ସୁଶାନ୍ତଙ୍କ ବାପା ଆତୁଳ ଖୁଣ୍ଟିଆ ପରଲୋକ ହୋଇଥିବା ବେଳେ ବଡ ଭାଇ ସନ୍ତୋଷ ଖୁଣ୍ଟିଆ ଓ ମଝିଆ ଭାଇ ପ୍ରଶାନ୍ତ ଖୁଣ୍ଟିଆ ମଧ୍ୟ ଆଗପଛ ହୋଇ ଚାଲିଯାଇଥିଲେ । ଏବେ ସୁଶାନ୍ତ ସହିଦ ଖବର ଆସିଛି । ଏହି ଖବର ସାରା ଅଞ୍ଚଳକୁ ସ୍ତବ୍ଧ କରିଦେଇଛି ।
You Can Read :