ବାଲେଶ୍ବର ୧୬/୨: ଅରୁଣାଚଳ ପ୍ରଦେଶର ଲାୟକ ଚଲାଠାରେ ଆର୍ମି କେମ୍ପ୍ ୧୩ତାରିଖ ଦିନ ଆର୍ମି ଗାଡିରେ ଅନ୍ୟ ସହଯୋଗିମାନଙ୍କ ସହିତ ଯାଉଥିବା ବେଳେ ବରଫ ଅତଡା ଖସିବାରୁ ବରଫ ତଳେ ଚାପି ହୋଇ ଜଣେ ଜୱାନ ଶହୀଦ ହୋଇଯାିଛନ୍ତି। ଶହୀଦ ଜୱ।ନ ଜଣକ ହେଲେ ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଳକ ଅନ୍ତର୍ଗତ ରଣାମୁଣ୍ଡୁଳି ଗ୍ରାମର ଅଭିରାମ ରାମ।
{"id":225100,"sizeSlug":"large"}
ଆଜି ତାଙ୍କ ମର ଶରୀର ତାଙ୍କ ପୈତୃକ ବାସଭବନରେ ପହଞ୍ଚିବା ପରେ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।ଗାନ୍ଧୀ ଛକ ଠାରୁ ହଜାର ହଜାର ଲୋକ ଅଶୃଳ ଶୋଭାଯାତ୍ରାରେ ବାସଭବନରେ ପହଞିଥିଲେ। ନିଜ ଗାଁ ଶ୍ମଶାନରେ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ଏବଂ ହିନ୍ଦୁ ରୀତିନୀତିରେ ତାଙ୍କ ମର ଶରୀରକୁ ସଂସ୍କାର କରାଯାଇଥିଲା। ଅରୁଣାଚଳରୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ବର ଅଣାଯାଇ ସେଠାରୁ ତାଙ୍କ ବାସଭବନକୁ ଅଣାଯାଇଥିଲା।
{"id":225101,"sizeSlug":"large"}
ବହୁ ଗଣ୍ୟମାନ୍ୟ ବ୍ୟକ୍ତି ମରଶରୀରର ଶେଷ ଦର୍ଶନ କରିଥିଲେ। ଅଭିରାମ ବିହାରୀ ହେଡ୍ ୟୁନିଟ୍ -୧୫ରେ ନାୟକ ରେଙ୍କରେ କାର୍ଯ୍ୟ କରୁଥିଲେ। ଅଭିରାମ ଶେଷ ଥର ପାଇଁ ତାଙ୍କ ସ୍ତ୍ରୀଙ୍କ ସହିତ କଥାବାର୍ତ୍ତା ହୋଇଥିଲେ।ତେବେ ସେ ଘରର ଏକମାତ୍ର ରୋଜଗାର କ୍ଷମ ପିଲା ଥିବାରୁ ତାଙ୍କର ମୃତ୍ୟୁ ପରେ ତାଙ୍କ ସ୍ତ୍ରୀଙ୍କୁ ସରକାରୀ ଚାକିରି ଏବଂ ସହାୟତା ରାଶି ଯୋଗାଇଦେବା ପାଇଁ ଦାବି କରିଛନ୍ତି ପରିବାର ଲୋକେ।
{"id":225102,"sizeSlug":"large"}