oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯାଜପୁର: ମାଆ ବିରଜାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା, ସନ୍ଧ୍ୟାରେ ରଥଟଣା
  • ||
  • ଜଗତସିଂହପୁର: ନବରାତ୍ରର ତୃତୀୟ ଦିନ, ମନ୍ତ୍ରଧ୍ୱନୀ ଓ ଚଣ୍ଡୀପାଠରେ କମ୍ପୁଛି ଝଙ୍କଡ଼ ପୀଠ
  • ||
  • କଟକ : କଟକ ସହରରେ ପଶିଲେ ୩ ହାତୀ, ଆକ୍ରମଣରେ ୨ ମୃତ
  • ||

ଓଡ଼ିଆ ଆଇଏଏସ୍ ଅଫିସରଙ୍କୁ ପଶ୍ଚିମବଙ୍ଗ ପୋଲିସର ସାଂଘାତିକ ଦୁର୍ବ୍ୟବହାର : ଜୀବନ ପ୍ରତି ବିପଦ ବୋଲି ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଲେ ସ୍ମୃତିରଂଜନ

22/11/2018 at 6:54 PM

ରାମପୁରହାଟ ୨୨|୧୧: ଓଡ଼ିଆ ଆଇଏଏସ୍ ଅଫିସରଙ୍କୁ ପଶ୍ଚିମବଙ୍ଗ ପୋଲିସର ସାଂଘାତିକ ଦୁର୍ବ୍ୟବହାର । ଆଇନ ଉଲ୍ଲଂଘନ କରି ନିରୀହ ଆଦିବାସୀଙ୍କୁ ଥାନାରେ ଅଟକ ରଖିଥିବା ବେଳେ ନିଜ ଅଧିକାର ଓ କ୍ଷମତା ବଳରେ ଘଟଣା ଅନୁଧ୍ୟାନ କରିବାକୁ ଯାଇଥିଲେ ପଶ୍ଚିମବଙ୍ଗ ବୀରଭୂମ୍ ଏସଡିଓ ସ୍ମୃତିରଞ୍ଜନ ମହାନ୍ତି । କିନ୍ତୁ ବୀରଭୂମହାଟ ଥାନା ପୋଲିସ୍ ତାଙ୍କୁ ଯେଉଁଭଳି ବ୍ୟବହାର କରିଛି, ତାହା ନିହାତି କଦର୍ଯ୍ୟ । ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ନିଜେ ରାମପୁରହାଟ ଏସଡିପିଓ, ଏହି ଘଟଣାର ଖଳନାୟକ ସାଜିଲେ ।

ପଶ୍ଚିମବଙ୍ଗ ବୀରଭୂମ୍ ଜିଲ୍ଲା ସବ୍ ଡିଭିଜନାଲ୍ ପୋଲିସ୍ ଅଫିସର୍ ହେଉଛନ୍ତି ଅଭିଷେକ ରଏ, ଆଉ ପଶ୍ଚିମବଙ୍ଗ କ୍ୟାଡରର ଓଡ଼ିଆ ଆଇଏଏସ୍ ଅଫିସର ସ୍ମୃତିରଞ୍ଜନ ମହାନ୍ତି । ଆଉ ସାମ୍ନାରେ ବସିଛନ୍ତି ସ୍ମୃତିରଞ୍ଜନଙ୍କ ଅଧସ୍ତନ ଅଧିକାରୀ DMDC ଆର୍. କେ. ହାଲଦାର୍ ।  ରାମପୁର ହାଟ ଥାନାରେ  ହାଇଟୋନ୍‌ରେ ଆଇଏଏସ୍ ସ୍ମୃତିରଞ୍ଜନଙ୍କୁ ବଙ୍ଗଳାରେ କହି ଚାଲିଥିଲେ ଏସଡିପିଓ ସାର୍ । କଥା କେବଳ ସେତିକିରେ ଅଟକିନି, ଖାକିର ଧାକ୍ ଦେଖାଇବାକୁ ଯାଇ ଏସଡିଏମ୍ ସ୍ମୃତିରଞ୍ଜନଙ୍କୁ ଥାନା ଦୀର୍ଘ ସମୟ ଧରି ଅଟକ ରଖିଦେଲେ ଏସଡିପିଓ ସାହେବ୍ ।

ତେବେ କଥା କଣ … କାହିଁକି ଜଣେ ଆଇଏଏସ୍ ଅଫିସରଙ୍କୁ, ଏସଡିପିଓ, ଥାନାରେ ଅଟକ ରଖି ଏଭଳି ବ୍ୟବହାର କରୁଛନ୍ତି ? ଦେଖନ୍ତୁ ଥାନା ଲକ୍ ଅପ୍‌ରେ ଥିବା ଏ ଲୋକମାନଙ୍କୁ । ସ୍ଥାନୀୟ ଅଞ୍ଚଳର ଏହି ଲୋକମାନେ ଆଦିବାସୀ ହୋଇଥିବା ବେଳେ ଏମାନଙ୍କ ମଧ୍ୟରେ କିଛି ନାବାଳକ ଅଛନ୍ତି । କିଛି କାରଣ ନଥାଇ ରାମପୁରହାଟ ଥାନା ପୋଲିସ୍, ଏମାନଙ୍କୁ ବାନ୍ଧି ଆଣିଛି । ଆଉ ୨୪ ଘଣ୍ଟାରୁ ଅଧିକ ସମୟ ଥାନାରେ ଅଟକ ରଖିବାର ଆଇନ ନଥିଲେ ବି ୫-୬ ଦିନ ହେବ ସେମାନଙ୍କୁ ଖାଇବାକୁ-ପିଇବାକୁ ନଦେଇ ମାଡ଼ମାରି ଚାଲିଥିଲା । ସ୍ଥାନୀୟ ବଡ଼ବଡ଼ିଆଙ୍କ ଭୁଲ୍ ପାଇଁ ଏମାନଙ୍କୁ ମିଛ ଅଭିଯୋଗରେ ପୋଲିସ୍ ଅଟକ ରଖିଥିଲା । ତାହା ପୁଣି ଆଇନ ଉଲ୍ଲଘଂନ କରି । ସବ୍ ଡିଭିଜନାଲ୍ ଅଫିସର୍ ସ୍ମୃତିରଞ୍ଜନ, ଏନେଇ ଉପରିସ୍ଥ ଅଧିକାରୀଙ୍କ ଠାରୁ ଖବର ପାଇବା ପରେ ଘଟଣା ଅନୁଧ୍ୟାନ କରିବାକୁ ଥାନାକୁ ଯାଇଥିଲେ । ହେଲେ କାରଣ ପଚାରୁ ପଚାରୁ ପୋଲି୍ସ ଆରମ୍ଭ କରିଦେଲା ତା ଶୈଳୀରେ ଭାଷା । ଦୀର୍ଘ ସମୟ ଧରି ଏସଡିଓ ସ୍ମୃତିରଞ୍ଜନଙ୍କୁ ଥାନାରେ ଅଟକ ରଖିଦେଲା । ଜଣେ ଆଇଏଏସ୍ ଅଫିରସଙ୍କ ପ୍ରତି ପୋଲିସର ଏଭଳି ବ୍ୟବହାରକୁ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ନାପସନ୍ଦ କରିଛନ୍ତି । ପୁଣି ଯଦି ଏଥିରେ ଓଡ଼ିଆ-ବଙ୍ଗାଳି ଫିଲିଙ୍ଗସ୍ ଥାଏ, ତେବେ ନିହାତି ସାଂଘାତିକ ।

ମିଳିଥିବା ସୂଚନା ଅନୁଯାୟୀ, ରାମପୁରହାଟ ଥାନା ପୋଲିସ୍ ଅରାଜକତାରେ ଲିପ୍ତ ଥିବା ବେଳେ ଅନେକ ସଂସ୍କାରମୂଳକ ପଦକ୍ଷେପ ନେଇ ଚାଲିଥିଲେ ଆଇଏଏସ୍ ସ୍ମୃତିରଞ୍ଜନ । ବେଆଇନ ମଦ କାରବାର ବନ୍ଦ ଠାରୁ ଆରମ୍ଭ କରି ବେଆଇନ୍ କ୍ରସର୍ ଏବଂ ବାଲି ଚୋରାଚାଲାଣ ରୋକିଥିଲେ । ଯେଉଁଥି ପାଇଁ ୫-୬ ମାସ ହେବ ରାମପୁରହାଟ ପୋଲିସ ଏବଂ କିନ୍ତୁ ସ୍ମୃତିରଞ୍ଜନଙ୍କ ମଧ୍ୟରେ ଏକ ପ୍ରକାର ଶୀତଳ ଯୁଦ୍ଧ ଚାଲିଥିଲା । ଆଉ ଏ ହେଉଛି ରାଗ ଶୁଝାଇ, ପଏଣ୍ଟ୍ ସ୍କୋର୍ କରିବାର ମୌକା । ରାମପୁରହାଟ ପୋଲିସର ଏଭଳି ବ୍ୟବହାର ପୂରା ପଶ୍ଚିମବଙ୍ଗ ପୋଲିସର ମୁହଁ କଳା କରିଦେଉଛି । ବୀରଭୂମ୍ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ଅଟକ ଥିବା ଆଇଏଏସ୍ ସ୍ମୃତିରଞ୍ଜନଙ୍କୁ ପୋଲିସ୍ ଛାଡ଼ିଲା । କିନ୍ତୁ ପଶ୍ଚିମବଙ୍ଗ ପୋଲିସ୍ ତାଙ୍କୁ ଏବେ ବି ଧମକ ଚମକ ଦେଉଛି । ଯେଉଁଥି ପାଇଁ ନିଜ ପ୍ରତି ଏବଂ ନିଜ ପରିବାର ପ୍ରତି ବିପଦ ଥିବା ଆଶଙ୍କା କରିଛନ୍ତି ସ୍ମୃତିରଞ୍ଜନ । ଜିଲ୍ଲାପାଳଙ୍କ ମାଧ୍ୟମରେ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ସେ ଲିଖିତ ଅଭିଯୋଗ କରିଛନ୍ତି ।

   Related Posts