ପଶ୍ଚିମବଙ୍ଗରେ ଓଡ଼ିଶା ଆଇଏଏସଙ୍କୁ ସାଂଘାତିକ ଅପମାନ
Published By : Prameya-News7 Bureau | November 22, 2018 IST
ପଶ୍ଚିମବଙ୍ଗ ୨୨/୧୧: ପଶ୍ଚିମବଙ୍ଗରେ ଓଡ଼ିଆ ଆଇଏଏସଙ୍କୁ ସାଂଘାତିକ ଦୁର୍ବ୍ୟବହାର ଅଭିଯୋଗ ହୋଇଛି। ବୀରଭୂମର ସବଡିଭିଜନାଲ ମାଜିଷ୍ଟ୍ରେଟ୍ ସ୍ମୃତିରଞ୍ଜନ ମହାନ୍ତି ଏହି ସାଙ୍ଘାତିକ ଅଭିଯୋଗ କରିଛନ୍ତି। ପଶ୍ଚିମବଙ୍ଗ ପୋଲିସ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଓଡ଼ିଆ ଆଇଏସଙ୍କୁ ଶାରିରୀକ ଓ ମାନସିକ ନିର୍ଯାତନା କରାଯାଇଛି। ଅସଭ୍ୟ ଭାଷାରେ ଗାଳି ଗୁଲଜ ସାଙ୍ଗକୁ ହାଜତରେ ପୁରାଇଛନ୍ତି।