Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିବ ପଶ୍ଚିମା ଝଡ଼ର ପ୍ରଭାବ, ଘଡ଼ଘଡି ସହ ପ୍ରବଳ ବର୍ଷା ସମ୍ଭାବନା
  • ||

ସୁଟିଂ ପୂର୍ବଦିନ ଓଡିଆ ହିରୋଙ୍କୁ ରିଜେକ୍ଟ କଲେ ପ୍ରଯୋଜକ, ସେଟ୍‌କୁ ଆସି ହଙ୍ଗାମା କଲେ ହିରୋ

14/03/2023 at 5:22 PM

ଭୁବନେଶ୍ବର ୧୪।୩: ହିରୋ ହେବାକୁ ଅଭିନେତାଙ୍କୁ ଟଙ୍କା ମାଗିଲେ ନିର୍ଦ୍ଦେଶକ । ହଙ୍ଗାମା ଯୋଗୁଁ ଅଧାରୁ ବନ୍ଦ ହେଲା ସୁଟିଂ । ଭୁବନେଶ୍ବର ସ୍ଥିତ ଜୟଦେବ ବାଟିକାରେ ଜୀ ମ୍ୟୁଜିକ୍ ପକ୍ଷରୁ ସୁଟିଂ ଚାଲିଥିବା ବେଳେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ଭୁବନେଶ୍ବରକୁ ମ୍ୟୁଜିକ୍ ଭି଼ଡିଓ ସୁଟିଂ କରିବାକୁ ଆସି ହଟହଟା ହେଲେ ବଲିଉଡ୍ ଅଭିନେତ୍ରୀ । ଏହି ଭିଡିଓରେ ବଲିଉଡ୍ ଅଭିନେତ୍ରୀଙ୍କ ବିପକ୍ଷରେ ଓଲିଉଡର ଜଣେ ଅଭିନେତା ଅଭିନୟ କରିବାର ଥିଲା । ବଲିଉଡ୍ ଅଭିନେତ୍ରୀଙ୍କ ସହ ଅଭିନୟ କରିବା ପାଇଁ ଓଲିଉଡ୍ ଅଭିନେତାଙ୍କୁ ଟଙ୍କା ମଗାଯାଇଥିଲା
। ସୁଟିଂ ପୂର୍ବଦିନ ଓଡ଼ିଆ ହିରୋଙ୍କୁ ପ୍ରଯୋଜକ ରିଜେକ୍ଟ କରିଥିଲେ । ଏହାକୁ ନେଇ ଓଲିଉଡ ଅଭିନେତା ଜଣଙ୍କ ପୋଲିସ ସହିତ ସୁଟିଂ ସେଟ୍‌ରେ ପହଞ୍ଚି ହଙ୍ଗାମା କରିଥିଲେ । ଅଭିଯୋଗ ପରେ ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ହଙ୍ଗାମା ପରେ ସୁଟିଂ ଅଧାରୁ ବନ୍ଦ ହୋଇଯାଇଛି ।

   Related Posts