ଓଡିଆ ହିରୋ ଅଜିତାଭ ମଲ୍ଲିକ ଗିରଫ, ଜମି ଦେବା ନାଁରେ କରିଥିଲେ ଠକେଇ

Published By : Prameya-News7 Bureau | March 27, 2023 IST

ଭୁବନେଶ୍ୱର ୨୭।୦୩ :  420 ଓଡ଼ିଆ ଫିଲ୍ମ ହିରୋ ଗିରଫ I ରେଭେନ୍ସାର ଜଣେ ମହିଳା ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ଘର ବିକ୍ରି କରିବା ନାଁରେ ଚୁନା ଲଗାଇ ଗିରଫ ହୋଇଛନ୍ତି I ଓଲିଉଡ଼ ଫିଲ୍ମ "ଅରୁନ୍ଧତି"ର ହିରୋ ଓ ଫିଲ୍ମ ପ୍ରଡ୍ୟୁସର ହେଉଛନ୍ତି ଅଜିତାଭ ମଲ୍ଲିକ I

ଖବର ଅନୁଯାୟୀ,  ଭୁବନେଶ୍ୱରର କୋଳଥିଆ ଅଞ୍ଚଳରେ ଏକ ଡୁପ୍ଲେକ୍ସକୁ ୧ କୋଟି ଟଙ୍କାରେ ବିକ୍ରି କରିବାକୁ ଜଣେ ମହିଳାଙ୍କୁ କହିଥିଲେ I ୨୫ ଲକ୍ଷ ନଗଦ ଟଙ୍କା, ସୁନା ଓ ବ୍ୟାଙ୍କ ଓ ୟୁପିଆଇ ଟ୍ରାଞ୍ଜକସନ୍‌ ମାଧ୍ୟମରେ ମୋଟ ୮୫ ଲକ୍ଷ ନେଇଥିଲେ ।

 ୨୦୨୦ ମସିହାରୁ ବିଭିନ୍ନ ପର୍ଯ୍ୟାୟରେ ମହିଳାଙ୍କ ଠାରୁ ନେଇଥିବା ବେଳେ, ଧରା ଛୁଆଁ ଦେଉନଥିଲା I ପରେ ମହିଳା ଜଣଙ୍କ ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ଆଉ ଏବେ  ଅଭିଯୁକ୍ତ ଅଜିତାଭ ମଲ୍ଲିକଙ୍କୁ ଗିରଫ କରାଯାଇଛି I

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.