ଓଡିଆ ଝିଅ ହେଲେ ଅକ୍ସଫୋର୍ଡ ୟୁନିଭର୍ସିଟି କେଲଗ କଲେଜର ସଭାପତି : ଏକମାତ୍ର ଭାରତୀୟ ଭାବେ ପାଇଥିଲେ ପଢିବା ସୁଯୋଗ

Published By : Prameya-News7 Bureau | November 30, 2021 IST

ଭୁବନେଶ୍ୱର,୩୦/୧୧:    ଓଡିଶା ଝିଅଙ୍କ ସଫଳତା । ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡାର ଝିଅ ଶୀତଲ ଜୈନ ଇଂଲଣ୍ଡ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ କେଲଗ କଲେଜର ଏକ କମିଟିର ସଭାପତି ହୋଇଛନ୍ତି । ସେ କଲେଜର ଏମସିଆର କମିଟିରେ ସଭାପତି ନିର୍ବାଚିତ ହୋଇଛନ୍ତି ।ଖବରକୁ ନେଇ ତାଙ୍କ ପୈତୃକ ଗ୍ରାମରେ ଆନନ୍ଦ ଖେଳିଯାଇଛି ।

ସୂଚନାନୁସାରେ, ଶୀତଲଙ୍କ ଘର କଳାହାଣ୍ଡିର ବଙ୍ଗୋମୁଣ୍ଡା । ସେ ଜୟପ୍ରକାଶ ଜୈନ ଓ କାନ୍ତାଦେବୀଙ୍କ କନ୍ୟା ଅଟନ୍ତି । ସେ ଗତ ବର୍ଷ ଅକ୍ଟୋବର ମାସରେ ଅକ୍ସଫୋର୍ଡରେ ପଢିବାକୁ ଯୋଗ୍ୟ ସାବ୍ୟସ୍ତ ହୋଇଥିଲେ ।ମୋଟ ୫୪ଟି ସିଟ୍ ମଧ୍ୟରୁ ଏକମାତ୍ର ଭାରତୀୟ ଭାବେ ତାଙ୍କୁ ଚୟନ କରାଯାଇଥିଲା । ସେଠାରେ ସେ ଡିଫିଲ୍ କାର୍ଯ୍ୟକ୍ରମରେ ପିଏଚଡି କରୁଛନ୍ତି ।

ଏହାପୂର୍ବରୁ ଶୀତଲ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ଇତିହାସରେ ସ୍ନାତକ କରିଥିଲେ । ପରେ ସେ ଜେଏନୟୁରେ ନାମ ଲେଖାଇଥିଲେ । ସେଠାରେ ସେ ପିଜି ଓ ଏମଫିଲ ସମାପ୍ତ କରିଥିଲେ । ତେବେ ତାଙ୍କୁ ଅକ୍ଟଫୋର୍ଡର କେଲଗ କଲେଜର ଏକ କମିଟିର ସଭାପତି ହେବା ପରେ ନିଜ ଅଞ୍ଚଳ ତଥା ଓଡିଶା ପାଇଁ ଗର୍ବ ଆଣିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.