ଓଡ଼ିଶାର ଗଞ୍ଜେଇ ମାଫିଆ ଛତିଶଗଡରେ ଗିରଫ : ୭୦ କିଲୋ ଗଞ୍ଜେଇ ଜବତ

Published By : Prameya-News7 Bureau | August 22, 2023 IST

ଉମରକୋଟ ୨୨।୮: ଗଞ୍ଜେଇ ଚାଲାଣ ରୋକିବା ପାଇଁ ଉଭୟ ଓଡ଼ିଶା ଏବଂ ଛତିଶଗଡ଼ ପୋଲିସ ତରଫରୁ ଅନେକ ସମୟରେ ସ୍ପେସିଆଲ ଡ୍ରାଇଭ୍ ଗଠନ କରି ଗଞ୍ଜେଇ ଧରାଯିବା ସହ ଗଞ୍ଜେଇ ଜବତ କରି ଚାଲାଣକାରୀଙ୍କୁ ଗିରଫ କରାଯାଇଛି । ବର୍ତ୍ତମାନ ପୁଣି ଏକ ଗଞ୍ଜେଇ ଚାଲାଣ ରୋକିବାକୁ ସଫଳ ହୋଇଛି ଛତିଶଗଡ଼ ପୋଲିସ ।

{"id":834142,"sizeSlug":"full","linkDestination":"none"}

ନବରଙ୍ଗପୁର ଜିଲ୍ଲା ରାଇଘର ସୀମାନ୍ତ ବୋରାଇ ଥାନା ଦାୟିତ୍ୱରେ ଥିବା ରାଜେଶ ଜଗତ ଏବଂ ତାଙ୍କ ଟିମ୍ ବୋରାଇ ଅବରୋଧ ପଏଣ୍ଟରେ ଯାଞ୍ଚ କରୁଥିବା ସମୟରେ ଓଡିଶା ପାର୍ଶ୍ୱରୁ ଆସୁଥିବା ଓଡି୦୨ସିସି୫୬୬୦ ନମ୍ବର ଏକ ହୁଣ୍ଡାଇ କାର  ବୋରାଇ ପୋଲିସ ଷ୍ଟେସନ ନିକଟରେ ଅଟକି ଯାଇଥିଲା । ପୋଲିସ ଏହି କାରର ଡିକି ଖୋଲି ଦେଖିବା ବେଳକୁ ଡିକିରେ ମୋଟ ୭ଟି ପ୍ୟାକେଟରେ ମୋଟ୍  ୭୦ କିଲୋ ୫୦୦ ଗ୍ରାମର ଗଞ୍ଜେଇ ରହିଥିଲା । ତଦନ୍ତ ବେଳେ ପୋଲିସ ଏହି ଗଞ୍ଜେଇ ଜବତ କରିବା ସହ ଚାଲାଣକାରୀ ଡମ୍ବରୁ ହନ୍ତାଳକୁ ଗିରଫ କରିଛି । ଓଡିଶାରୁ ଗଞ୍ଜେଇ ଆଣି ଉତ୍ତରପ୍ରଦେଶକୁ ଚାଲାଣ କରୁଥିଲେ । ଗିରଫ ବ୍ୟକ୍ତି ଜଣକ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳର ବୋଲି ଜଣାପଡ଼ିଛି । ଜବତ ଗଞ୍ଜେଇ ର ମୂଲ୍ୟ ୧୪ ଲକ୍ଷ ୧୦ ହଜାର ଟଙ୍କା ହେବ ବୋଲି ପୋଲିସ ଆକଳନ କରିଛି । 

You Can Read :

wp:embed {"url":"https://www.prameyanews7.com/mao-posters-surface-in-koraputs-narayanpatna/","type":"wp-embed","providerNameSlug":"prameya-news-7"}
https://www.prameyanews7.com/mao-posters-surface-in-koraputs-narayanpatna/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.