ନାଟ୍ୟକାର ତଥା ସିନେ ନିର୍ଦ୍ଦେଶକ ପ୍ରଦୀପ ଭୋଳଙ୍କ ହୃଦଘାତରେ ପରଲୋକ

Published By : Prameya-News7 Bureau | December 18, 2022 IST

ସୁନ୍ଦରଗଡ଼ ୧୮/୧୨ : ଓଡ଼ିଆ ସିନେଜଗତ ପାଇଁ ଆଉ ଏକ ଦୁଃଖଦ ଖବର। ଜଣାଶୁଣା ନିର୍ଦ୍ଦେଶକ, ଲେଖକ ତଥା ନାଟ୍ୟକାର ପ୍ରଦୀପ ଭୋଳଙ୍କର ୫୯ବର୍ଷ ବୟସରେ ପରଲୋକ ହୋଇଛି। ହୃଦଘାତ ତାଙ୍କର ମୃତ୍ୟୁ ହୋଇଛି ।

ପ୍ରଦୀପ ଭୋଳ ଏକାଧାରରେ ସିନେମା ଜଣେ ନିର୍ଦ୍ଦେଶକ, ନାଟ୍ୟକାର ଏବଂ ଲେଖକ ଥିଲେ । ତାଙ୍କ ଦ୍ୱାରା ଲିଖିତ ଏବଂ ନିର୍ଦ୍ଦେଶିତ ‘ଚିନି’ ସିନେମା ରାଜ୍ୟ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପାଇଛି। ପୂର୍ବରୁ ସୁନା ସଙ୍ଖାଳି, ପବିତ୍ର ବନ୍ଧନ ସିନେମା ପ୍ରଦୀପଙ୍କୁ ଜଣେ ସଫଳ ସିନେମା ନିର୍ଦ୍ଦେଶକ  ଭାବେ ପରିଚିତ କରାଇଥିଲା। ତାଙ୍କ ଦ୍ୱାରା ଲିଖିତ ଏବଂ ନିର୍ଦ୍ଦେଶିତ ଓଡିଶା ନାଟକ ‘ମାଉ ଲିମକା’ ବୁକ୍ ଅଫ ରେକର୍ଡରେ ସ୍ଥାନ ପାଇଛି।

ସିନେମା ଅପେକ୍ଷା ସେ ନାଟକ କ୍ଷେତ୍ରରେ ଅଧିକ ସକ୍ରିୟ ଥିଲେ । ବିଭିନ୍ନ ମଞ୍ଚରେ ଅନେକ ନାଟକ ଦର୍ଶକଙ୍କ ପ୍ରଶଂସା ସାଉଁଟି ପାରିଛି। ବର୍ତ୍ତମାନ ସେ ‘ଭାବ’ ନାମକ ଏକ ନାଟକ ଉପରେ କାର୍ଯ୍ୟ କରୁଥିଲେ। ରବିବାର ସକାଳେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିବାରୁ ତୁରନ୍ତ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.