କରୋନା ଭୟ ଠାରୁ କର୍ମ ବଡ଼ : ଦକ୍ଷିଣ କୋରିଆ ଫେରିବେ ଦୁଇ ଓଡ଼ିଆ

Published By : Prameya-News7 Bureau | February 25, 2020 IST

ବାଲେଶ୍ବର ୨୫ | ୦୨-  ସାରା ବିଶ୍ବରେ ଭୟଙ୍କର କରୋନାର ଭୟ ଏବେ ସବୁଠୁ ବେଶି ଭୟାନକ , ତାହା  ଆତଙ୍କିତ କରେ । ଚୀନ୍‌ ପରେ ବେଶି ପ୍ରଭାବିତ ଦକ୍ଷିଣ କୋରିଆ । ସେହି ଦେଶର ସଂକ୍ରମିତଙ୍କ ସଂଖ୍ୟା ଶହେରୁ ବେଶି। ଜଣେ ବା  ଦୁଇଜଣଙ୍କ ପ୍ରାଣ ଗଲାଣି ।ଏହା ମନେରେ ଏକ ଅଜଣା ଆଶଙ୍କା ସୃଷ୍ଟି କରୁଥିଲେ ବି କର୍ମର ଆହ୍ବାନ ତାଠାରୁ ବଡ଼ । ଫେରିବାକୁ ହେବ, କର୍ମ କ୍ଷେତ୍ରରେ ଯୋଗ ଦେବାକୁ ହେବ, ପରିସ୍ଥିତିକୁ ସାମ୍ନା କରିବାକୁ ହେବ । ଏହା କହିଛନ୍ତି ଦକ୍ଷିଣ କୋରିଆର ଏକ ବିଶ୍ବବିଦ୍ୟାଳୟରେ ରିସର୍ଚ୍ଚ ସ୍କଲାର ଥିବା ବାଲେଶ୍ବର ସହରର ଭଗବାନ ଭୂୟାଁ । ସମାନ କଥା ବି କୁହନ୍ତି ସିଓଲରେ ବୈଜ୍ଞାନିକ ଥିବା ବାରିପଦାର କୈଳାଶ ପତି । ଏହି ଦୁହେଁ ନ୍ୟୁଜ ସେଭେନ ରିପୋର୍ଟରଙ୍କ ସହ କଥା ହେବା ବେଳେ କହିଛନ୍ତି, କରୋନା ନେଇ ଭୟ ତ ରହିଛି, କିନ୍ତୁ ତାଠୁ ବେଶି ଜରୁରି ଓ ପ୍ରଭାବୀ କର୍ମର ଆହ୍ବାନ।  

ବାଲେଶ୍ବର ସହରର ଭଗବାନ ଭୂୟାଁ । ଦକ୍ଷିଣ କୋରିଆର ଏକ ୟୁନିଭରସିଟିରେ ରିସର୍ଚ୍ଚ ସ୍କଲାର ସେ । ଛୁଟିରେ ଆସିଥିଲେ ଘରକୁ । ଛୁଟି ସରି ଆସିଲାଣି ,ତାଙ୍କ ଗକ୍ଷିଣ କୋରିଆ ଫେରିବା ନେଇ ପରିବାରରେ ଟିକେ କୁନ୍ଥୁକୁନ୍ଥୁ ଅଛି । ବାପା-ମାଆ, ସ୍ତ୍ରୀ , ପୁଅ  ଏପରିକି ସାଙ୍ଗସାଥୀ  କରୋନା ନିୟନ୍ତ୍ରଣ ହେବା ପରେ  ଦକ୍ଷିଣ କୋରିଆ ଯିବାକୁ  କହୁଛନ୍ତି । କିନ୍ତୁ ମାର୍ଚ୍ଚ ପ୍ରଥମ ସପ୍ତାହରେ ସେମିଷ୍ଟର ଆରମ୍ଭ । ଆଉ  ଆରମ୍ଭରେ ଯୋଗ ଦେବାକୁ ହେବ । ଆସନ୍ତୁ ଶୁଣିବା  କ’ଣ କୁହନ୍ତି ଭଗବାନ ଏବଂ ତାଙ୍କ ଆତ୍ମୀୟ ।

ସେହିପରି ଦକ୍ଷିଣ କୋରିଆର ରାଜଧାନୀ ସିଓଲରେ ବୈଜ୍ଞାନିକ ଥିବା ବାରିପଦାର କୈଳାସ ପତି । ଏବେ ଏବେ ସେ ଆସିଛନ୍ତି ଦକ୍ଷିଣ କୋରିଆରୁ । ପୁଣି ସେ ଫେରିବେ।ସେ ବି ସମାନ କଥା କୁହନ୍ତି, ପରିସ୍ଥିତିକୁ ସାମ୍ନା କରିବାକୁ ହେବ । କର୍ମକ୍ଷେତ୍ରକୁ ଫେରିବାକୁ ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.