ରାହୁଲଙ୍କ ଉଦ୍ଧାର କାର୍ଯ୍ୟରେ ସାମିଲ ଥିଲେ ଓଡିଆ ଯୁବ ଇଞ୍ଜିନିୟର ଜ୍ଞାନେନ୍ଦ୍ର କର

Published By : Prameya-News7 Bureau | June 16, 2022 IST

ପାଟଣା ୬।: ଛତିଶଗଡର ଚମ୍ପା ଜିଲ୍ଲା ପିହରିଡ଼ ଗ୍ରାମରେ ବୋରୱେଲରେ ୮୦ଫୁଟ ଭିତରେ ଫସି ରହିଥିବା ରାହୁଲକୁ ଉଦ୍ଧାର କରିବା ପାଇଁ ଛତିଶଗଡ଼ ପ୍ରଶାସନର ଉଦ୍ୟମକୁ ସାରା ଭାରତବାସୀ ପ୍ରଶଂସା କରୁଛନ୍ତି। ଏନଡିଆରଏଫ, ଏସଡିଆରଏଫ ଓ ଭାରତୀୟ ସେନାବାହିନୀ ଦୀର୍ଘ ୧୦୮ଘଣ୍ଟା ପରିଶ୍ରମ କରି ରାହୁଲକୁ ଉଦ୍ଧାର କରିଛନ୍ତି । ଏହି ଉଦ୍ଧାର କାର୍ଯ୍ୟରେ ସାମିଲ ଥିଲେ କେନ୍ଦୁଝର ଜିଲ୍ଲା ବାରିଆ ଥାନା ଫୁଲକଅଁଳେଈ ଗ୍ରାମର ଯୁବ ଇଞ୍ଜିନିୟର ଜ୍ଞାନେନ୍ଦ୍ର କର।

ଜ୍ଞାନେନ୍ଦ୍ର ଏବେ ଛତିଶଗଡର କୋରବାରେ ଥିବା ବେଦାନ୍ତ କମ୍ପାନୀରେ ଟାଟା ପ୍ରୋଜେକ୍ଟ ଲିମିଟେଡ଼ରେ ଯୁବ ଇଞ୍ଜିନିୟର ଭାବେ କାର୍ଯ୍ୟରତ । ଛତିଶଗଡ ପ୍ରଶାସନର ନିର୍ଦ୍ଦେଶରେ ଉକ୍ତ କମ୍ପାନୀର ୧୮ଜଣ ଇଞ୍ଜିନିୟର ଏହି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଉଦ୍ଧାର କାର୍ଯ୍ୟ ସମୟରେ ସୁଡ଼ଙ୍ଗ ଖୋଳିବା ପାଇଁ ଅତ୍ୟାଧୁନିକ ଜ୍ଞାନ କୌଶଳ ଯୋଗାଇବା ସହ କମ୍ପାନୀର ସମସ୍ତ ଇଞ୍ଜିନିୟର ଉପସ୍ଥିତ ଥିଲେ । ଏଥିରେ ଜ୍ଞାନେନ୍ଦ୍ରଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ଥିଲା ।

ରାହୁଲଙ୍କୁ ଉଦ୍ଧାର କରିବା ପରେ ଜିଲ୍ଲା ପ୍ରଶାସନ ଏବଂ ଅଞ୍ଚଳବାସୀ ଉଦ୍ଧାରକାରୀଙ୍କୁ ବେଶ୍ ପ୍ରଶଂସା କରିଥିଲେ । ଦୀର୍ଘ ୧୦୮ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ରାହୁଲଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ରାହୁଲ ଉଦ୍ଧାର ହୋବା ପରେ ତାଙ୍କ ଦୀର୍ଘାୟୁ କାମନା କରିଛନ୍ତି ଜ୍ଞାନେନ୍ଦ୍ର । ଏହାସହ କର ଓ ମର ପରିସ୍ଥିତିରେ ଜିଲ୍ଲା ପ୍ରଶାସନ ବେଦାନ୍ତ କମ୍ପାନୀ ଉପରେ ଭରସା ରଖିଥିବାରୁ ଜିଲ୍ଲା ପ୍ରଶାସନକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.