କରୋନାରେ ପ୍ରାଣ ହରାଇଲେ ଓଡିଆ ଡାକ୍ତର

Published By : Prameya-News7 Bureau | August 18, 2020 IST

କୋଲକାତା ୧୮।୮: କାଶୀପୁରର ଇଚ୍ଛାପୁର ଗନ୍‌ସାଲ ଫାକ୍ଟ୍ରିରୁ ଅବସରପ୍ରାପ୍ତ ତଥା ପୁଣି ସେଠାରେ ଚୁକ୍ତିଭିତ୍ତିକ ଡାକ୍ତର ଭାବେ କାର୍ଯ୍ୟରତ ଡା. ଗଦାଧର ସାହୁଙ୍କ କରୋନାରେ ଗତ ୧୪ ତାରିଖରେ ମୃତ୍ୟୁ ହୋଇଯାଇଛି । ସ୍ବାସ୍ଥ୍ୟ ନିୟମ ମାନି ପୌରସଭା ପକ୍ଷରୁ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । ତାଙ୍କ ଘର ଯାଜପୁର ଜିଲ୍ଲା ଖଣ୍ଡରା ଛକରେ ।

ହଠାତ୍‌ ଦୁଇ ସପ୍ତାହ ତଳେ ସେ ଅସୁସ୍ଥ ହୋଇପଡ଼ିଥିଲେ । କରୋନା ପରୀକ୍ଷା ପରେ ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା । ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ୧୯୫୪ରେ ଜନ୍ମଗ୍ରହଣ କରିଥିବା ଗଦାଧର ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ମେଡିକାଲ କଲେଜ୍‌ରୁ ପାସ କରି ଚିକିତ୍ସକ ଜୀବନ ଆରମ୍ଭ କରିଥିଲେ । ତାଙ୍କ ମୃତ୍ୟୁରେ କୋଲକାତାର ବହୁ ଓଡ଼ିଆ ସଂଗଠନର କର୍ମକର୍ତ୍ତା ଶୋକ ପ୍ରକାଶ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.