ଜୟପୁର ୨୦।୦୨ - ମହାମାରୀ କରୋନାକୁ ନେଇ ଏବେ ସବୁଠି ଆତଙ୍କ।ଆଉ ଏସବୁ ମଧ୍ୟରେ ଅନେକ ଭାରତୀୟ ସ୍ବଦେଶ ଫେରିଥିବା ବେଳେ ଅନେକ ଫେରିବା ବାଟକୁ ଚାହିଁ ରହିଛନ୍ତି।କିଛି ଭାରତୀୟ କରୋନା ବ୍ୟାପିବା ପୂର୍ବରୁ ଦେଶକୁ ଫେରିଥିବାରୁ ଏହି ମହାମାରୀରୁ ବର୍ତିଯାଇଛନ୍ତି।ତେବେ ଚୀନରୁ ଫେରିଥିବା ଭାରତୀୟମାନେ କିଏ ସେଠାକୁ ପାଠ ପଢିବାକୁ ଯାଇଥିଲେ ତ ଆଉ କିଏ କାମ ଧନ୍ଦା ପାଇଁ।କରୋନାକୁ ନେଇ ଭୟ ଓ ଅନିଶ୍ଚିତତା ଲାଗି ରହିଥିବା ବେଳେ ଚୀନରୁ ଫେରିଥିବା ଭାରତୀୟମାନେ ପୁଣି କେବେ ଚୀନ ଫେରିବେ ତାକୁ ନେଇ ଆଶା ଆଶଙ୍କାରେ।
wp:preformatted /wp:preformattedଆଉ ଏସବୁ ମଧ୍ୟରେ ଚୀନରୁ କୋରାପୁଟ ଜିଲ୍ଲା ଜୟପୁରକୁ ଫେରିଥିବା ଏକ ଦମ୍ପତି ପୁଣିଥରେ କରୋନାକୁ ଭୟ ନକରି ଆସନ୍ତା ମାସ ମାର୍ଚ୍ଚରେ ଚୀନ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି।ଏହି ଦମ୍ପତି ହେଉଛନ୍ତି ଚୀନର ଏକ ଫାର୍ମାରେ କାମ କରୁଥିବା କୋରାପୁଟ ଜିଲ୍ଲା ଜୟପୁର ସହରର ମାନସ ବକ୍ସି ଓ ତାଙ୍କ ସ୍ତ୍ରୀ ପ୍ରତିମା ସାହୁ। ସେମାନେ ରହୁଥିବା ଅଞ୍ଚଳରେ ଏବେ କରୋନାର ପ୍ରକୋପ ନାହିଁ ଏହା ହୁଆନ ଠାରୁ ବହୁ ଦୂରରେ । କାମ ପାଇଁ ସେମାନେ ପୁଣି ଚୀନ୍ ଯିବା ପାଇଁ ଆଗ୍ରହୀ ବୋଲି କହିଛନ୍ତି ।