ହତ୍ୟାକାରୀ ସ୍ୱାମୀ ପାଇଲା ଦଣ୍ଡ, ସ୍ତ୍ରୀକୁ ହତ୍ୟା ପରେ ଫେରାର୍ ବେଳେ ଦୁର୍ଘଟଣାରେ ଚାଲିଗଲା ଜୀବନ
31/03/2023 at 12:46 PM

ବ୍ରହ୍ମପୁର ୩୦/୩ : କୋଲକାତାରେ ଓଡ଼ିଆ ଦମ୍ପତ୍ତିଙ୍କ ମୃତ୍ୟୁ । ଭଦ୍ରେଶ୍ୱର ଥାନା କଳିଙ୍ଗ ନଗରରେ ଘଟିଛି ଅଭାବନୀୟ ଘଟଣା । ବୁଧବାର ସାଢେ ୧୦ ଟାରେ ଘଟିଥିଲା ଭୟାନକ ଘଟଣା । କୈଳାସ ନାୟକ ନାମକ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ସବିତାଙ୍କୁ ମରଣାନ୍ତକ ଆକ୍ରମଣ ଜରିଥିଲେ ।
ପାରିବାରିକ କଳହକୁ କେନ୍ଦ୍ର କରି ଏଭଳି ଘଟଣା ଘଟାଇଥିଲା କୈଳାସ । ଗୁରୁତର ଅବସ୍ଥାରେ ସବିତାଙ୍କୁ ସ୍ଥାନୀୟ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ସବିତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଆକ୍ରମଣ ପରେ ସ୍ୱାମୀ କୈଳାସ ଘଟଣାସ୍ଥଳରୁ ଫେରାର ହୋଇଯାଉଥିବାବେଳେ ରାସ୍ତାରେ ଟ୍ରକ ଦୁର୍ଘଟଣାରେ ହୋଇଥିଲା ତାଙ୍କର ମୃତ୍ୟୁ । ଉଭୟଙ୍କ ମୃତ୍ୟୁ ପରେ ଭଦ୍ରେଶ୍ୱର ପୋଲିସ କେସ୍କୁ ବନ୍ଦ କରିଛି । ଏଭଳି ଘଟଣା ସ୍ଥାନୀୟ ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
ସୂଚନାଥାଉକି, କୈଳାସ ସ୍ଥାନୀୟ ଜୁଟ୍ ମିଲରେ କାର୍ଯ୍ୟରତ ଥିଲେ । ୨୦୧୧ ମସିହାରେ କୈଳାସଙ୍କର ସବିତାଙ୍କ ସହ ହୋଇଥିଲା ବିବାହ । ମୃତ ଦମ୍ପତ୍ତିଙ୍କ ଦୁଇଟି ଝିଅ ଅଛନ୍ତି । ପାରବାରିକ କଳହରୁ ଏଭଳି ଘଟଣା ଘଟିଥିବା ପରିବାର ଲୋକେ କହିଛନ୍ତି ।