ସର୍ବଭାରତୀୟ ଏଣ୍ଟ୍ରାନ୍ସରେ ଓଡ଼ିଆ ପୁଅଙ୍କ ସଫଳତା, ଜିଲ୍ଲାର ଟେକ ରଖିଲେ ସ୍ୱାଧୀନ

Published By : Prameya-News7 Bureau | October 18, 2022 IST

ସୋରୋ ୧୮/୧୦: ଏଗ୍ରିକଲଚୁରାଲ ରିସର୍ଚ୍ଚ । ସର୍ବ ଭାରତୀୟ ଏଣ୍ଟ୍ରାନ୍ସ ପରୀକ୍ଷାରେ ୯୯.୯୬ ନମ୍ବର ରଖିଲେ ଓଡ଼ିଆ ପୁଅ । ବାଲେଶ୍ୱର ଜିଲ୍ଲା ବଙ୍ଗାଳପୁର ପଂଚାୟତର ରବିନାରାୟଣ ପଣ୍ଡା ଓ ସୌଦାମିନୀ ପଣ୍ଡାଙ୍କ ପୁତ୍ର ସ୍ୱାଧୀନ ସନ୍ଦୀପ ପଣ୍ଡା ପରୀକ୍ଷାରେ ୯୯.୯୬ ନମ୍ବର ରଖି ସିମୁଳିଆ ଟେକ ରଖିଛନ୍ତି ।

ଜାଭିୟର ସ୍କୁଲ ଚରମ୍ପାରେ CBSE ପରୀକ୍ଷାରେ ୯୫%ନମ୍ବର ରଖିଥିବା ବେଳେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ୯୩%ନମ୍ବର ରଖି ରାଜସ୍ଥାନ କୋଟାରେ ପାଠ ପଢ଼ୁଥିବା ବେଳେ ସର୍ବଭାରତୀୟ କୃଷି ଗବେଷଣା କେନ୍ଦ୍ରରେ ଅଧ୍ୟୟନ ନିମନ୍ତେ ଏଣ୍ଟ୍ରାନ୍ସ ପରୀକ୍ଷାରେ ୯୯.୯୬%ରୁ ଅଧିକ ନମ୍ବର ରଖି ବିରଳ ସଫଳତା ପାଇଥିବାରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ଭବିଷ୍ୟତରେ ସ୍ୱାଧୀନ ସଂନ୍ଦୀପ ପଣ୍ଡା କୃଷି ବୈଜ୍ଞାନିକ ହେବା ସହିତ ପ୍ରଫେସର ହେବାକୁ ଲକ୍ଷ୍ୟ ରଖିଛନ୍ତି । ତେବେ ଏହାର ଶ୍ରେୟ ପିତା ମାତା, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ରାଜସ୍ଥାନ କୋଟାର ସମସ୍ତ ଅଧିକାରୀଙ୍କୁ ଦେଇଛନ୍ତି ସ୍ୱାଧୀନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.