scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବାଲିରେ ନାଚିବେ ଓଡ଼ିଆ କଳାକାର, ଜୋରଦାର ପ୍ରସ୍ତୁତିରେ ଲାଗିଛନ୍ତି ଗୁରୁ ଓ ଶିଷ୍ୟ

29/05/2023 at 11:04 AM

ଖଲ୍ଲିକୋଟ ୨୯/୦୫: ଇଣ୍ଡୋନେସିଆ ବାଲିରେ ଜମିବ ବାଲିଯାତ୍ରା କଳିଙ୍ଗ ମହୋତ୍ସବ । କେନ୍ଦ୍ର ସରକାର, ରାଜ୍ୟ ସରକାରଙ୍କ ସହଭାଗିତାରେ ହେବ ଏହି ମହୋତ୍ସବ । ଏହି ଅବସରରେ କଳା ଓ ସଂସ୍କୃତିର ସହର ଛତ୍ରପୁରର ଜୟ ଗଣେଷ କଳା ବିକାଶ କେନ୍ଦ୍ରର ଓଡିଶୀ ନୃତ୍ୟୁ ଗୁରୁ ଅଳକା ସାହୁଙ୍କ ଟିମ ମଧ୍ୟ ଏହି ମହୋତ୍ସବରେ ନିଜର ନୃତ୍ୟ କଳା ପ୍ରଦର୍ଶନ କରିବେ ।

କଳିଙ୍ଗ ଇଟଂରନ୍ୟାସନାଲ ୟୁଥ୍ ଫାଉଣ୍ଡେସନ ପକ୍ଷରୁ ନୃତ୍ୟୁଗୁରୁ ଅଳକା ସାହୁଙ୍କୁ ଚିଠି ଆସିଛି । ଉକ୍ତ ମହୋତ୍ସବରେ କଳା ପ୍ରଦର୍ଶନ କରି ଗଞ୍ଜାମ ଜିଲ୍ଲା ପାଇଁ ଗୌରବ ଆଣିବା ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଲେଣି ଅଳକା ଏବଂ ତାଙ୍କ ଟିମ୍ । ମଙ୍ଗଳବାର ତାଙ୍କ ଟିମ ଇଣ୍ଡୋନେସିଆ ଯାତ୍ରା କରିବ । ପୂର୍ବରୁ ମଧ୍ୟ ଓଡିଶୀ ନୃତ୍ୟୁ ଗୁରୁ ଅଳକା ସାହୁଙ୍କ ଟିମ୍ ମାଲେସିଆ ଓ ସିଙ୍ଗାପୁର ସମେତ କଟକ ବାଲିଯାତ୍ରା, ଗୋପାଳପୁର ବେଳାଭୁମି ସମେତ ବିଭିନ୍ନ କାର୍ଯ୍ୟକ୍ରମରେ ନିଜର କଳାପ୍ରଦର୍ଶନ କରି ପୁରସ୍କୃତ ହୋଇଛନ୍ତି ।

ଆସନ୍ତା ୩୦ ରୁ ଅଳକା ସାହୁଙ୍କ ଟିମ ଇଣ୍ଡୋନେସିଆ ଯାତ୍ରା କରିବା ସହ ୩ ତାରିଖରେ ସେଠାରେ ତିନୋଟି ନୃତ୍ୟ କାର୍ଯ୍ୟକ୍ରମ କରିବାକୁ ରହିଛି । ଓଡିଶୀ, ବନ୍ଦେଉତ୍କଳ ଜନନୀ ଓ ବୋଇତ ବନ୍ଧାଣ ଥିମ୍ କୁ ନେଇ ନିଜର କଳା ପ୍ରଦର୍ଶନ କରିବେ ଜୁନ ୮ ତାରିଖରେ ଫେରିବାର କାର୍ଯ୍ୟକ୍ରମ ରହିଛି । ଏହି ଟିମରେ ଗୁରୁ ଅଳକା ସାହୁ, ଦେବୀ କୁମାରୀ ପ୍ରଧାନ, ଶିବାଙ୍ଗୀ ମହାରଣା,ଅଙ୍କିତା ପ୍ରିୟଦର୍ଶିନୀ ରଥ, କେଶବ ବେହେରା,ସାଗର ଦଲେଇ,ସ୍ନେହାଶିଶ ସାମଲଙ୍କ ସମେତ ଜଣେ ଅଭିଭାବକ ଯିବାର କାର୍ଯ୍ୟକ୍ରମ ରହିଛି । ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ବିଧାୟକ ସୁବାସ ଚନ୍ଦ୍ର ବେହେରା ଙ୍କ ପକ୍ଷରୁ ମଧ୍ୟ୍ୟ ତାଙ୍କ ଟିମ କୁ ଶୁଭେଚ୍ଛା ଓ ଶୁଭକାମନା କରାଯାଇଛି ।

   Related Posts