LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ବରିଷ୍ଠ ଓଡ଼ିଆ ଚଳଚିତ୍ର ଅଭିନେତ୍ରୀ ଅନିତା ଦାସଙ୍କ ପରଲୋକ

11/05/2018 at 7:47 AM

ଆଜି ବରିଷ୍ଠ ଓଡ଼ିଆ ଚଳଚିତ୍ର ଅଭିନେତ୍ରୀ ଅନିତା ଦାସଙ୍କ ହୃଦଘାତରେ ପରଲୋକ ହୋଇଛି | କଟକ ସେଲଟର ଛକ ସ୍ଥିତ ତାଙ୍କ ବାସଭବନରେ  ଅନିତା ଦାସଙ୍କ ପରଲୋକ ହୋଇଛି | ମୃତ୍ୟୁ ବେଳକୁ ତାଙ୍କୁ ୫୭ ବର୍ଷ ବୟସ ହୋଇଥିଲା | ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ମାତ୍ରେ ଓଡ଼ିଆ ସିନେ ଜଗତରେ ଶୋକର ଛାୟା ଖେଳି ଯାଇଛି | ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ ପାଇଁ ତାଙ୍କ ବାସ ଭବନରେ ପହଂଚିଛନ୍ତି |
ଅଭିନେତ୍ରୀ ଅନୀତା ଦାସ ଓଡ଼ିଆ ଚଳଚିତ୍ର “ଯାଯାବର” ରୁ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ | ତାପରଠୁ ସେ ଆଉ ପଛକୁ ଫେରି ଚାହିଁ ନଥିଲେ | ୧୯୭୬ ମସିହାରେ କୃଷ୍ଣ ସୁଦାମା ,୧୯୮୦ ମସିହାରେ ରାମାୟଣ ,ମା ଓ ମମତା .୧୯୮୩ ରେ ସ୍ବପ୍ନ ସାଗର ଆଦି ଚଳଚିତ୍ରରେ ତାଙ୍କ ଅଭିନୟ ଦର୍ଶକଙ୍କୁ ବେଶ ଆକୃଷ୍ଟ କରିଥିଲା | ସେ ୧୦୦ ରୁ ଉର୍ଦ୍ଧ୍ବ ଚଳଚିତ୍ରରେ ଅଭିନୟ କରିଛନ୍ତି | ମା ଭୂମିକାରେ ତାଙ୍କ ଅଭିନୟ ଅତ୍ୟନ୍ତ ହୃଦୟସ୍ପର୍ଶୀ | ୯୦ ଦଶକରରେ ତାଙ୍କ ଦ୍ଵାରା ଅଭିନୀତ ୯ଟି ଚଳଚିତ୍ର ‘କିଏ ହେବ ଶୁଆ ପୋଷିଲେ , ଅଣ୍ଟି ଛୁରୀ ତଂଟି କାଟେ , ଗଢି ଜାଣିଲେ ଘର ସୁନ୍ଦର , ପାଚେରୀ ଉଠିଲା ମଝି ଦୁଆରୁ , ଭୀଷ୍ମ ପ୍ରତିଜ୍ଞା , ଲକ୍ଷ୍ମୀ ପ୍ରତିମା , ଶାଶୁ ହାତକଡ଼ି ଭାଉଜ ବେଡି,ସିନ୍ଦୁର ନୁହେଁ ଖେଳଘର ଆଦି ଚଳଚିତ୍ର ସଫଳତାର ଶୀର୍ଷ ଛୁଇଁ ଥିଲା | ତାଙ୍କ ଅଭିନୟର ସ୍ୱତନ୍ତ୍ରତା ସର୍ବଦା ଦର୍ଶକଙ୍କୁ ବାନ୍ଧି ରଖୁଥିଲା | ପିଲା ଦିନୁ ସେ ନାଚ ପ୍ରତି ବେଶ ଆକୃଷ୍ଟ ଥିଲେ | ୧୯୭୫ ମସିହା ରେ କଟକ ଶୈଳବାଳା ମହାବିଦ୍ୟାଳୟରେ ଶେଷ ବର୍ଷ ସ୍ନାତକ ପଢ଼ୁଥିବା ବେଳେ ସେ ଯାଯାବର ଫିଲ୍ମ ରେ ଅଭିନୟ କରିବାର ସୁଯୋଗ ପାଇଥିଲେ |ଅନିତା ଦାସଙ୍କ ନିଜ ଘର ଯାଜପୁର ଜିଲ୍ଲାରେ | ସିନେ ତାରକା ତଥା ଵିଧାୟକ ଆକାଶ ଦାସ ନାୟକଙ୍କର ସେ ହେଉଛନ୍ତି ପିୟୁସି | ଓଡ଼ିଆ ବ୍ୟତୀତ ସେ ଗୋଟିଏ ତେଲୁଗୁ ଫିଲ୍ମ ସୀତାରାମ କଲ୍ୟାଣମ ଚୁଁଦଣ୍ଡିରେ ମଧ୍ୟ ଅଭିନୟ କରିଥିଲେ | ସେହିଭଳି ସେ ୩ ଟି ହିନ୍ଦୀ ଚଳଚିତ୍ର ଆଶ୍ରୟ, ଆସମାନ, ଓ ଭିଗି ପାଲକେଁ ରେ ମଧ୍ୟ ଅଭିନୟ କରିଥିଲେ |

Leave a Reply

   Related Posts