ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

ଅଭିନେତ୍ରୀ ଉଷସୀ ମିଶ୍ର କରୋନା ପଜିଟିଭ୍‌, ଇନ୍‌ଷ୍ଟାଗ୍ରାମ୍‌ରେ ଦେଲେ ସୂଚନା

7/10/2021 at 8:23 AM

ଭୁବନେଶ୍ୱର ୦୭।୧୦: କରୋନାରେ ଆକ୍ରାନ୍ତ ହେଲେ ଓଡିଆ ଅଭିନେତ୍ରୀ ଉଷସୀ ମିଶ୍ର । ତାଙ୍କର କୋଭିଡ଼ ଟେଷ୍ଟ ରିପୋର୍ଟ ପଜିଟିଭ୍‌ ଆସିଛି । ଏବେ ସେ ଆଇସୋଲେସନ୍‌ରେ ଥିବା ଜଣାପଡିଛି ।

ଖବର ଅନୁଯାୟୀ, ଉଷସୀ ମିଶ୍ର କିଛି ଦିନ ତଳେ ନିଜର ଆର୍‌ଟିପିସିଆର୍‌ ଟେଷ୍ଟ କରିଥିଲେ । ଏଥିରେ ତାଙ୍କ ରିପୋର୍ଟ ପଜିଟିଭ ଆସିଛି । ଏନେଇ ଉଷସୀ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ସୂଚନା ଦେଇଛନ୍ତି । ଗତ କିଛି ମଧ୍ୟରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି । ସେମାନ ଯଥାଶୀଘ୍ର ନିଜର କରୋନା ଟେଷ୍ଟ କରାଇନେବାକୁ ଉଷସୀ ପରାମର୍ଶ କରିଛନ୍ତି ।

ସେପଟେ ଉଷସୀ କରୋନା ପଜିଟିଭ ରିପୋର୍ଟ ଆସିବେ ଅନେକ ଅଭିନେତା ଓ ଅଭିନେତ୍ରୀ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ଅଭିନେତା ସବ୍ୟସାଚୀ ମିଶ୍ର , ଦେବାଶିଷ ପାତ୍ର ଓ ଅଭିନେତ୍ରୀ ଅନୁ ଚୌଧୁରୀ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

   Related Posts