ଅଭିନେତା ମନୋଜ ମିଶ୍ର ସ୍ୱାଇନ ଫ୍ଲୁରେ ଆକ୍ରାନ୍ତ

Published By : Prameya-News7 Bureau | January 22, 2019 IST

ଭୁବନେଶ୍ୱର ୨୨/୧ : ଓଡ଼ିଆ ବଲିଉଡ ଅଭିନେତା ମନୋଜ ମିଶ୍ର ସ୍ୱାଇନ ଫ୍ଲୁରେ ଆକ୍ରାନ୍ତ ହୋଇଛନ୍ତି | ସ୍ୱାଇନ ଫ୍ଲୁରେ ଆକ୍ରାନ୍ତ ହୋଇ ମନୋଜ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ | ଗତ ଜାନୁଆରୀ ୨ ତାରିଖରେ ତାଙ୍କ ଛାତିରେ କଷ୍ଟ ଅନୁଭୂତ ହୋଇଥିଲା | ତାଙ୍କୁ ଚନ୍ଦ୍ରଶେଖରପୁର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ଗତ ୬ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା | ଏବେ ତାଙ୍କ ଅବସ୍ଥା ଭଲ ଅଛି ଏବଂ ତାଙ୍କୁ ଜେନେରାଲ ୱାର୍ଡକୁ ସିଫ୍ଟ କରାଯାଇଛି | ଆସନ୍ତା ଦିନେ ଦୁଇ ଦିନ ଭିତରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରିଦିଆଯିବା ବୋଲି ଡାକ୍ତର କହିଛନ୍ତି |

{"id":76955,"width":584,"height":876}


ଫ୍ଲୁରେ ଆକ୍ରାନ୍ତ ହେବା ପୂର୍ବରୁ 'ପାଟଣାଗଡ଼' ପାଇଁ ତାଙ୍କର ସୁଟିଂ ଚାଲିଥିଲା | ଏହି ଫିଲ୍ମରେ ମନୋଜ ପଂଜିଲଲ ମେହେର ଚରିତ୍ରରେ ଅଭିନୟ କରୁଛନ୍ତି | ପାଟଣାଗଡ଼ ପାର୍ସଲ ବୋମା ଉପରେ ଫିଲ୍ମଟି ଆଧାରିତ | ଏହାଛଡା ମନୋଜ ‘The Least of These’,ଏକ ହଲିଉଡ଼ ଫିଲ୍ମରେ ମଧ୍ୟ ଅଭିନୟ କରୁଛନ୍ତି | ମୟୁରଭଞ୍ଜ ଜିଲ୍ଲାରେ ଅଷ୍ଟ୍ରେଲିଆ ମିସିଓନାରୀ ଏବଂ ତାଙ୍କ ଦୁଇ ପୁଅଙ୍କୁ ଜିଅନ୍ତା ନିଆଁ ଲଗାଇଦେଇଥିବା କାହାଣୀ ଉପରେ ଆଧାରିତ ଏହି ଫିଲ୍ମ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.