Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବାଲେଶ୍ୱର ଟ୍ରେନ୍‌ ଦୁର୍ଘଟଣା: ସମାଜସେବୀଙ୍କ ସହ ମିଶି ରକ୍ତଦାନ କରିବାକୁ ଧାଡ଼ି ଲଗାଇଲେ ନେତା ଓ ଅଭିନେତା

4/06/2023 at 10:16 PM

ଭୁବନେଶ୍ୱର: ବାଲେଶ୍ୱର ରେଳ ଦୁର୍ଘଟଣାରେ ରକ୍ତଦାନରେ ସହଯୋଗ କରିବାକୁ ସମାଜସେବୀଙ୍କ ସହ ଆଗେଇ ଆସିଲେ ଓଲିଉଡ ଅଭିନେତ୍ରୀ ଏଲିନା ସାମନ୍ତରାୟ। ସମାଜସେବୀ ହୀରାଲାଲ ଶର୍ମା ଏବଂ ସି.କେ ଶର୍ମାଙ୍କ ନେତୃତ୍ୱରେ ଭୁବନେଶ୍ୱର ରେଡକ୍ରସ ଭବନ ଠାରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଏଥିରେ ଏଲିନା ଯୋଗ ଦେଇ ରକ୍ତଦାନ କରିବାକୁ ରାଜଧାନୀବାସୀଙ୍କୁ ପ୍ରୋତ୍ସାହିତ କରିଥିଲେ।

ସକାଳ ୯ ଟା ରେ ରକ୍ତଦାନ ଶିବିର ଆରମ୍ଭ ହୋଇଥିବା ବେଳେ ରକ୍ତଦାନ କରିବାକୁ ରେଡକ୍ରସ ଭବନକୁ ରାଜଧାନୀବାସୀଙ୍କ ସୁଅ ଛୁଟିଥିଲା। ଲମ୍ବା ଧାଡ଼ି ଲଗାଇ ରକ୍ତ କରିଥିଲେ ଭୁବନେଶ୍ୱର ବାସିନ୍ଦା । ଏଲିନାଙ୍କ ସମେତ ଏହି ରକ୍ତଦାନ ଶିବିରରେ କିଛି ସିନେ ବ୍ୟକ୍ତିତ୍ୱ ଓ ଅଭିନେତା ସ୍ୱେଛାକୃତ ଭାବେ ରକ୍ତଦାନ କରିଛନ୍ତି।

କେବଳ ସିନେମା ଇଣ୍ଡଷ୍ଟ୍ରୀ ନୁହେଁଢ ବହୁ ବିଧାୟକ ଓ ନେତା ମଧ୍ୟ ରକ୍ତଦାନ ଶିବିରରେ ପହଞ୍ଚି ରକ୍ତଦାନା କରିଥିଲେ। ପିପିଲିର ଯୁବ ବିଧାୟକ ରୁଦ୍ର ମହାରଥୀ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ସମାଜସେବୀ ରୋଜାଲିନ ପଟ୍ଟଶାଣି, ଋଷି ପଟ୍ଟନାୟକ, ସିନେ ପ୍ରଯୋଜକ ଟୁଟୁ ନାୟକ, ସଚିକାନ୍ତ ଜେନା, ସାନୁ ରଥ, ଚଳଚ୍ଚିତ୍ର ଅଭିନେତ୍ରୀ ଭୂମିକା ଦାଶ, ଶୀତଲ ପାତ୍ର, ଓଲିଉଡ଼ ମିଡ଼ିଆ ପ୍ଲାନର ପ୍ରଣୟ ଜେଠୀ, ଅଭିନେତା ଜ୍ୟୋତି ନାୟକ, ରଣବୀର କଲସି ପ୍ରମୁଖ ଶିବିର ରେ ଯୋଗଦେଇ ରକ୍ତଦାନ କରିବା ସହିତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।

ରକ୍ତଦାନ କରି ମାନବିକତାର ପରିଚୟ ଦେଇଥିବାରୁ ସମସ୍ତଙ୍କୁ ପ୍ରଶଂସା ସହିତ ଧନ୍ୟବାଦ ଜଣାଇଥିଲେ ସମସ୍ତେ l ଦିନ ୩ ଟା ପର୍ଯ୍ୟନ୍ତ ୧୬୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ଏବଂ ଆହୁରି ୯୫ ଜଣ ରକ୍ତଦାନ ପାଇଁ ଧାଡିରେ ଥିଲେ l ସନ୍ଧ୍ୟା ୫ ଟା ସୁଦ୍ଧା ୨୫୦ ୟୁନିଟ ରକ୍ତ ସଂଗ୍ରହ ହେବା ଆଶା ରଖିଥିଲେ ଆୟୋଜକl ଅଭିନେତ୍ରୀ ଏଲିନା ସାମନ୍ତରାୟ ଏବଂ ତାଙ୍କ ସହଯୋଗୀଙ୍କ ଏହି ମହତ କାର୍ଯ୍ୟକ୍ରମ ପାଇଁ ସମସ୍ତେ ଉଚ୍ଚ ପ୍ରଶଂସା କରିଛନ୍ତିl

ଡାକ୍ତର ରଘୁନାଥ ବେହେରା, ଡାକ୍ତର ଗୀତା ମିଶ୍ର ଏବଂ ରେଡକ୍ରସ ର ସମ୍ପାଦକ ବିଭୁତି ଭୂଷଣ ପଟ୍ଟନାୟକ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସମସ୍ତ ପ୍ରକାର ସହଯୋଗ କରିଥିଲେ l

   Related Posts