ଅପେକ୍ଷା ଶେଷ : ଘୋଷଣା ହେଲା ୨୦୨୩ ବିଶ୍ୱକପର୍‌ ଖେଳସୂଚୀ, ଅଷ୍ଟ୍ରେଲିଆ ସହିତ ଭାରତର ପ୍ରଥମ ମ୍ୟାଚ୍‌

Published By : Prameya-News7 Bureau | June 27, 2023 IST

ମୁମ୍ବାଇ ୨୭।୦୬ : ଅପେକ୍ଷାର ହେଲା ଅନ୍ତ । ଘୋଷଣା ହେଲା ଦିନିକିଆ ବିଶ୍ୱକପ୍‌ ୨୦୨୩ର ଖେଳସୂଚୀ । ଆରମ୍ଭ ହେଲା ବିଶ୍ୱକପ୍‌ କାଉଣ୍ଟଡାଉନ୍‌ । ମୁମ୍ବାଇର ଓ୍ୱାଙ୍ଖଡେ ଷ୍ଟାଡିୟମରେ ବିସିସିଆଇ ଏବଂ ଆଇସିସି ପକ୍ଷରୁ ୨୦୨୩ ବିଶ୍ୱକପ୍‌ର କ୍ରୀଡାସୂଚୀ ଘୋଷଣା କରାଯାଇଛି । ତେବେ ଆସନ୍ତୁ ଜାଣିବା ପ୍ରଥମେ ମ୍ୟାଚ୍‌ କେବେ ଆଉ କାହା କାହା ମଧ୍ୟରେ ଖେଳାଯିବ...

wp:embed {"url":"https://www.prameyanews7.com/world-cup-2023-trophy-revealed-in-space-watch-video/","type":"wp-embed","providerNameSlug":"prameya-news-7"}
https://www.prameyanews7.com/world-cup-2023-trophy-revealed-in-space-watch-video/
/wp:embed

ଦିନିକିଆ ବିଶ୍ୱକପ୍‌ ୨୦୨୩ର ଆରମ୍ଭ ଅକ୍ଟୋବର ୫ରୁ ଆରମ୍ଭ ହେବ । ପ୍ରଥମ ମ୍ୟାଚ୍‌ ଡିଫେଣ୍ଡିଙ୍ଗ ଚମ୍ପିଆନ୍‌ ଇଂଲଣ୍ଡ ଏବ ରନସ୍‌ଅପ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ । ସେହିପରି ଭାରତୀୟ ଟିମ୍‌ ନିଜର ପ୍ରଥମ ମ୍ୟାଚ୍‌ ଅକ୍ଟୋବର ୮ରେ ଖେଳିବ । ଚେନ୍ନାଇର ଚେପକ୍‌ ଷ୍ଟାଡିୟମରେ ଅଷ୍ଟ୍ରେଲିଆକୁ ଭେଟିବ ଟିମ୍‌ ଇଣ୍ଡିଆ । ଏହାପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଅକ୍ଟୋବର ୧୫ରେ ଖେଳାଯିବ ମ୍ୟାଚ୍‌ । ଅହମ୍ମଦାବାଦ୍‌ର ନରେନ୍ଦ୍ର ମୋଦି କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଖେଳାଯିବ ଏହି ହାଇଭୋଲଟେଜ୍‌ ମ୍ୟାଚ୍‌ । ଏହାପରେ ନଭେମ୍ବର ୧୫ ଏବଂ ୧୬ରେ ଦୁଇଟି ସେମିଫାଇନାଲ ମୁକାବିଲା ଖେଳାଯିବ । ଶେଷରେ ନଭେମ୍ବର ୧୯ରେ ଖେଳାଯିବ ଫାଇନାଲ ମୁକାବିଲ । ତାହା ବି ଅହମ୍ମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ୍‌ ଷ୍ଟାଡିୟମରେ ।

{"id":809202,"sizeSlug":"large","linkDestination":"none"}
ICC

ଚଳିତ ବର୍ଷ ବିଶ୍ୱକପ୍‌ର ଆୟୋଜନ ଭାରତ କରୁଛି । ଏଥିରେ ୧୦ଟି ଭାଗ ନେବ । ଭାରତରେ ମୋଟ ୯ଟି ଭେନ୍ୟୁ ସ୍ଥିର ହୋଇଛି । ଯେଉଁଠାରେ ସମସ୍ତ ଲିଗ୍‌, ସେମିଫାଇନାଲ ଏବଂ ଫାଇନାଲ ମୁକାବିଲା ଖେଳାଯିବ । ଏହି ସବୁ ଷ୍ଟାଡିୟମ ମଧ୍ୟରେ ଅହମ୍ମଦାବାଦ, ମୁମ୍ବାଇ, ଚେନ୍ନାଇ, ବେଙ୍ଗାଲୁରୁ, ଦିଲ୍ଲୀ, ହାଇଦ୍ରାବାଦ୍‌, ଧର୍ମଶାଳା, ଲକ୍ଷ୍ନୌ, ପୁନେ, କୋଲକାତା ରହିଛି ।

ବିଶ୍ଵକପ୍ ୨୦୨୩ରେ ଭାରତୀୟ ଦଳର କ୍ରୀଡ଼ାସୂଚୀ

ଭାରତ ବନାମ ଅଷ୍ଟ୍ରେଲିଆ- ଅକ୍ଟୋବର ୮, ଚେନ୍ନାଇ

ଭାରତ ବନାମ ଆଫଗାନିସ୍ତାନ- ଅକ୍ଟୋବର ୧୧, ଦିଲ୍ଲୀ

ଭାରତ ବନାମ ପାକିସ୍ତାନ- ଅକ୍ଟୋବର ୧୫, ଅହମ୍ମଦାବାଦ

ଭାରତ ବନାମ ବାଂଲାଦେଶ- ଅକ୍ଟୋବର ୧୯, ପୁଣେ

ଭାରତ ବନାମ ନ୍ୟୁଜିଲାଣ୍ଡ- ଅକ୍ଟୋବର ୨୨, ଧର୍ମଶାଳା

ଭାରତ ବନାମ ଇଂଲଣ୍ଡ- ଅକ୍ଟୋବର ୨୯, ଲକ୍ଷ୍ନୌ

ଭାରତ ବନାମ କ୍ଵାଲିଫାୟର- ନଭେମ୍ବର ୨, ମୁମ୍ବାଇ

ଭାରତ ବନାମ ଦକ୍ଷିଣ ଆଫ୍ରିକା- ନଭେମ୍ବର ୫, କୋଲକାତା

ଭାରତ ବନାମ କ୍ଵାଲିଫାୟର- ନଭେମ୍ବର ୧୧, ବେଙ୍ଗାଲୁରୁ

You Can Read :

wp:embed {"url":"https://www.prameyanews7.com/west-indies-vs-netherlands-made-history-match-tied-at-374-runs/","type":"wp-embed","providerNameSlug":"prameya-news-7"}
https://www.prameyanews7.com/west-indies-vs-netherlands-made-history-match-tied-at-374-runs/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.